ପୁରୀ ବିରୋଧରେ ବଡ଼ ଷଡ଼ଯନ୍ତ୍ର : ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ପୋଷ୍ଟ

Advertisment

ପୁରୀ ବିରୋଧରେ ହେଉଛି କି ବଡ଼ ଷଡଯନ୍ତ୍ର । ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ଅନେକ ପୋଷ୍ଟ ।

ପୁରୀ ବିରୋଧରେ ହେଉଛି କି ବଡ଼ ଷଡଯନ୍ତ୍ର । ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ଅନେକ ପୋଷ୍ଟ ।

Puri n

Photograph: (KanakNews )

କନକ ବ୍ୟୁରୋ: ପୁରୀ ବିରୋଧରେ ହେଉଛି କି ବଡ଼ ଷଡଯନ୍ତ୍ର । ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ଅନେକ ପୋଷ୍ଟ । ଯେଉଁଥିରେ ଶ୍ରୀକ୍ଷେତ୍ର ପୁରୀକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି । କିଛି ନ୍ୟସ୍ତସ୍ବାର୍ଥ ଲୋକ ଟ୍ରେଣ୍ଡ ଆରମ୍ଭ କରିଛନ୍ତି । ବେଙ୍ଗଲ ୱାରିୟର ନାମକ କେହି ବ୍ୟକ୍ତି ଏକ୍ସରେ ବିଭ୍ରାନ୍ତକାରୀ ପୋଷ୍ଟ କରୁଛନ୍ତି । ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରେ ବିବାଦ ତେଜିବାରେ ଲାଗିଛି । ଏହାରି ଭିତରେ ଏପରି ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଯାହାକୁ ଜଗନ୍ନାଥ ପ୍ରେମୀ ନାପସନ୍ଦ କରିଛନ୍ତି । ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଉଛି । ଶ୍ରୀକ୍ଷେତ୍ର ପୁରୀର ଗୌରବହାନୀ ହେଲା ଭଳି ଅପଚେଷ୍ଟା କରାଯାଉଛି ବୋଲି ଅଭିଯୋଗ ହେଉଛି । ତେବେ ଶ୍ରୀକ୍ଷେତ୍ର ପୁରୀକୁ ବଦନାମ କରୁଛି କିଏ? କେବେ ହେବ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ? ଉଠୁଛି ଅନେକ ପ୍ରଶ୍ନ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe