କନକବ୍ୟୁରୋ : ଆସନ୍ତା ଫେବ୍ରୁଆରି ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଦିଲ୍ଲୀରେ  ଗୋଟିଏ  ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ଏବଂ ଫେବ୍ରୁଆରି ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ଘୋଷଣା ହେବ ।   ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର  ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ବିଧାନସଭା‌ ନିର୍ବାଚନ ପାଇଁ ତାରିଖ ଘୋଷଣା କରି କହିଛନ୍ତି, 

Advertisment

ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ୨ ଲକ୍ଷରୁ ଅଧିକ ଯୁବଗୋଷ୍ଠୀ ଭୋଟ ଦେବେ। ମୋଟ୍‌ ୧.୫୫ କୋଟିରୁ ଅଧିକ ଭୋଟର୍‌ ଏହି ନିର୍ବାଚନରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ  ।   ଦିଲ୍ଲୀରେ ୭୦ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥି ମଧ୍ୟରୁ ୧୨ଟି ଆସନ ସଂରକ୍ଷିତ ।

ସୂଚନା ଅନୁଯାୟୀ  ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ ଘୋଷଣା  ।  ସରକାର ଗଠନ କଲେ ଦଳ ଦେବ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବୀମା । ତେବେ ଏହା କୌଣସି ନିଦ୍ଧିଷ୍ଟ ବୟସର ଲୋକଙ୍କ ପାଇଁ ସମସ୍ତ ଲାଭ ଉଠାଇପାରିବେ । ଦଳ ଏହି ହେଲଥ ସ୍କିମ ନାଁ ଦେଇଛି ଜୀବନ ରକ୍ଷା ସ୍କିମ ।  ତେବେ ବର୍ଷକୁ ଯାହାର ଆୟ ୮ଲକ୍ଷ ଟଙ୍କା ଥିବ ସେମାନଙ୍କ ଚିକିତ୍ସା ଓ ଅନ୍ୟାନ୍ୟ ମେଡିକାଲ ଖର୍ଚ୍ଚ ବହନ କରିବ ଏହି ସ୍କିମ  ।