କନକ ବ୍ୟୁରୋ: ଘର ବାହାରେ ଅଳିଆ, ଘର ଭିତରେ ବି ଅଳିଆ । ଏ ଖବର କୌଣସି ପାର୍ଟି ଅଫିସର ନୁହେଁ କି କୌଣସି କ୍ଲବ ଘରର ନୁହେଁ । ଏ ଖବର ହେଉଛି ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ସାମ୍ନାର , ଯେଉଁଠି କଂଗ୍ରେସ କର୍ମୀମାନେ ହାତରେ ଝାଡ଼ୁ ଧରି ସଫେଇ ଅଭିଯାନ କରୁଛନ୍ତି । ସୂଚନା ମୁତାବକ, ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ମାଗୁଣି ଜେନାଙ୍କ ନେତୃତ୍ବରେ ଏକ ଟିମ୍ , ଚାଷୀଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବି ଜଣାଇବା ପାଇଁ କଲେକ୍ଟର ଅଫିସକୁ ଆସିଥିଲେ । ହେଲେ ଜିଲ୍ଲାପାଳଙ୍କ ଅଫିସ ଭିତରେ ଅଳନ୍ଦି ଲାଗିଥିବା ସହ ଚାରିଆଡ଼େ ଅଳିଆ ପଡ଼ିଥିଲା । ଯାହାକୁ ଦେଖି କଂଗ୍ରେସ କର୍ମୀମାନେ ଦାବିପତ୍ର ଦେବା ବଦଳରେ ପ୍ରଥମେ ଜିଲ୍ଲାପାଳ ଅଫିସ୍‌ ସମ୍ମୁଖକୁ ସଫା କରିଥିଲେ । 

Advertisment

ଅଧିକ ପଢ଼ନ୍ତୁ--ବିଲ୍ଡିଂ ନମ୍ବର ୧୭, ରୁମ ନମ୍ବର ୧୩… ଏଇଠି ଭାଇ , ଭଉଣୀ ମିଶି ରଚୁଥିଲେ ଷଡ଼ଯନ୍ତ୍ର

ଯଦି ଜିଲ୍ଲାର ମୁଖିଆଙ୍କ ଅଫିସ ଏମିତି ଅଳିଆ ଭର୍ତ୍ତି ହୋଇ ପଡ଼ିରହିଛି । ତେବେ ସହରକୁ କିଭଳି ସଫା ରଖିବେ ? ଖାଲି ଏତିକି ନୁହେଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରତିଦିନ ଶହଶହ ଲୋକ ଅଭିଯୋଗ ନେଇ ଆସୁଥିବାବେଳେ ତାଙ୍କ ଅଫିସ ପରିସର ଏପରି ଅପରିଷ୍କାର ହେବାକୁ ନେଇ କଂଗ୍ରେସ ନେତୃତ୍ୱ ନିନ୍ଦା କରିବା ସହ ଦୃଷ୍ଟି ଦେବାକୁ ଦାବି କରିଛି । ଘର ହେଉ କି ଅଫିସ, ସ୍ବଚ୍ଛ ଭାରତ ଅଭିଯାନକୁ ସଫଳ କରିବାକୁ ହେଲେ ପ୍ରାଶାସନିକ ସ୍ତରରେ ଉଦ୍ୟମ ସହ ସାଧାରଣ ଲୋକଙ୍କୁ ମଧ୍ୟ ଧ୍ୟାନ ଦେବା ଦରକାର ।