କନକ ବ୍ୟୁରୋ : ଆଜି ବିଧାନସଭା ଆଗରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ରାଜ୍ୟରେ ବିଗୁଡୁଥିବା ଆଇନଶୃଙ୍ଖଳା ଓ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର ବିରୋଧରେ କଂଗ୍ରେସ ଆହ୍ୱାନ କ୍ରମେ ଆଜି ହଜାର ହଜାର ଦଳୀୟ କର୍ମୀ ରାଜଧାନୀରେ ଏକତ୍ରୀତ ହୋଇ ବିଧାନସଭା ଘେରିବାକୁ ଯାଉଥିଲେ । ଭିଡ ଏତେ ଥିଲା କି, ପୋଲିସ ସମ୍ଭାଳିବା ଅସମ୍ଭବ ହୋଇଥିଲା । ଫଳରେ ଆନ୍ଦୋଳନକାରୀଙ୍କୁ ଦମନ କରିବାକୁ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ପାଣିମାଡ କରିବା ସହ ଟିୟର ଗ୍ୟାସ ମଧ୍ୟ ଛାଡିଛି । ତଥାପି କଂଗ୍ରେସ କର୍ମୀମାନେ ଭୟଭୀତ ନହୋଇ ପୋଲିସ ତରଫରୁ କରାଯାଇଥିବା ବ୍ୟାରିକେଡକୁ ଭାଙ୍ଗି ଆଗକୁ ମାଡି ଚାଲିଛି । ପାଣିମାଡ ଓ ଟିୟର ଗ୍ୟାସରେ ଆନ୍ଦୋଳନକାରୀ ଛତ୍ରଭଙ୍ଗ ନଦେଇ ପୋଲିସକୁ ସାମ୍ନା କରିଛି । କିଛି ଦଳୀୟ ନେତାଙ୍କୁ ସକାଳୁ ପୋଲିସ ଘରୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ରଖିଛି ।
ମାଡି ଆସିଲେ କଂଗ୍ରେସ କର୍ମୀ, ବେକାବୁ ପୋଲିସ । ଦମନ କରିବାକୁ ପାଣି ଓ ଟିୟର ଗ୍ୟାସ୍ ମାଡ
ଭିଡ ଏତେ ଥିଲା କି, ପୋଲିସ ସମ୍ଭାଳିବା ଅସମ୍ଭବ ହୋଇଥିଲା । ଫଳରେ ଆନ୍ଦୋଳନକାରୀଙ୍କୁ ଦମନ କରିବାକୁ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ପାଣିମାଡ କରିବା ସହ ଟିୟର ଗ୍ୟାସ ମଧ୍ୟ ଛାଡିଛି । ତଥାପି କଂଗ୍ରେସ କର୍ମୀମାନେ ଭୟଭୀତ ନହୋଇ ପୋଲିସ ତରଫରୁ କରାଯାଇଥିବା ବ୍ୟାରିକେଡକୁ ଭାଙ୍ଗି ଆଗକୁ ମାଡି ଚାଲିଛି ।
/kanak/media/media_files/2025/03/27/9tQiAmUDsRXWnY73xOLR.jpg)