କନକ ବ୍ୟୁରୋ : କଂଗ୍ରେସ ପାର୍ଟିର ଆଭ୍ୟନ୍ତରୀଣ ପ୍ରସଙ୍ଗ ପୁଣି ଥରେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି। ବର୍ଷିଆନ୍ କଂଗ୍ରେସ ନେତା ମଣିଶଙ୍କର ଆୟରଙ୍କ ବୟାନକୁ ନେଇ କଂଗ୍ରେସକୁ ଲଜ୍ଜିତ ହେବାକୁ ପଡ଼ିଛି। ଏକ ଗଣମାଧ୍ୟମ ସଂସ୍ଥାକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦଳର କେତେକ ବରିଷ୍ଠ ନେତାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଆୟର ଦଳର ବରିଷ୍ଠ ନେତା ଶଶି ଥରୁର୍, ଜୟରାମ ରମେଶ ଓ ପୱନ ଖେଡ଼ାଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେବା ସହିତ କଂଗ୍ରେସ ପାର୍ଟି କେରଳରେ ଆସନ୍ତା ବିଧାନସଭା ନିର୍ବାଚନ ଜିତିପାରିବ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, କଂଗ୍ରେସ ନେତାମାନେ କମ୍ୟୁନିଷ୍ଟ ନେତାମାନଙ୍କୁ ଘୃଣା କରିବା ଅପେକ୍ଷା ପରସ୍ପରକୁ ଅଧିକ ଘୃଣା କରନ୍ତି। କେରଳ ମୁଖ୍ୟମନ୍ତ୍ରୀ ତଥା ସିପିଏମ୍ ନେତା ପିନାରାୟୀ ବିଜୟନଙ୍କୁ ପ୍ରଶଂସା କରିବା ସହିତ ଆଗାମୀ ନିର୍ବାଚନ ପରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି ଭବିଷ୍ୟବାଣୀ କରି ବିବାଦ ସୃଷ୍ଟି କରିଛନ୍ତି ।
କଂଗ୍ରେସ ଏହି ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଛି। ପୱନ ଖେଡ଼ା କହିଛନ୍ତି ଯେ, ଆୟରଙ୍କର କଂଗ୍ରେସ ସହିତ କୌଣସି ସମ୍ପର୍କ ନାହିଁ ଏବଂ ଏହା ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ। ଅନ୍ୟପକ୍ଷରେ ଆୟର ଖେଡ଼ାଙ୍କୁ ସଖୀ କଣ୍ଢେଇ କହିବା ସହିତ କଂଗ୍ରେସ ପାର୍ଟିକୁ ତାଙ୍କ ବ୍ୟତୀତ କେହି ଦଳର ପ୍ରବକ୍ତା ହେବାକୁ ମିଳୁନାହିଁ ବୋଲି କହିଛନ୍ତି। କେରଳରେ କଂଗ୍ରେସ ଦଳର ଜିତିବା ଉପରେ ପ୍ରଶ୍ନରେ ଆୟର୍ କହିଥିଲେ, ଦଳ ଜିତୁ ବୋଲି ମୁଁ ଚାହୁଛି। କିନ୍ତୁ ଦଳର ନେତାମାନେ ବିଭାଜିତ ହୋଇ ରହିଥିବାରୁ ମୋତେ ସେମାନେ ଜିତିବା ପରି ମନେ ହେଉନାହିଁ।
ଅଧିକ ପଢ଼ନ୍ତୁ---୨୫ ବର୍ଷର ଜେଲଦଣ୍ଡ ପୂରଣ କରିବା ପରେ ମଧ୍ୟ ଆବୁ ସାଲେମଙ୍କ ମୁକ୍ତିକୁ ନା: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ଆୟାର ଚାରିଥର ତିରୁଅନନ୍ତପୁରମ ସାଂସଦ ଶଶି ଥରୁରଙ୍କ ଉପରେ ମଧ୍ୟ କଡ଼ା ମନ୍ତବ୍ୟ ଦେଇଥିଲେ। ଅପରେସନ ସିନ୍ଦୁର ପ୍ରସଙ୍ଗରେ ଥରୁର୍ ତାଙ୍କ ମନ୍ତବ୍ୟକୁ ନେଇ ଦଳୀୟ ନେତୃତ୍ୱ ସହିତ ବିବାଦର ସମ୍ମୁଖୀନ ହୋଇଥିଲେ। ଆୟର ଥରୁରଙ୍କୁ ପାକିସ୍ତାନ ବିରୋଧୀ ବୋଲି କହିବା ସହିତ ସେ ପରବର୍ତ୍ତୀ ବୈଦେଶିକ ମନ୍ତ୍ରୀ ହେବାର ମହତ୍ତ୍ୱାକାଂକ୍ଷା ପୋଷଣ କରନ୍ତି ବୋଲି କହିଛନ୍ତି। ଆୟାର ଏହା ମଧ୍ୟ କହିଛନ୍ତି ଯେ, କଂଗ୍ରେସର ଯୋଗାଯୋଗ ମୁଖ୍ୟ ଜୟରାମ ରମେଶଙ୍କୁ ତାଙ୍କ ପଦବୀ ବଜାୟ ରଖିବାକୁ ପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/16/mani-shankar-aiya-2026-02-16-15-05-59.jpg)