ଭୋଟ ଚୋରି ପ୍ରସଙ୍ଗରେ ଗର୍ଜିବ କଂଗ୍ରେସ : ଏକାଠି ହେବେ ହଜାର ହଜାର ନେତା କର୍ମୀ

Advertisment

ଭୋଟ ଚୋରିକୁ ନେଇ ଆଜି ଦିଲ୍ଲୀରେ ଗର୍ଜିବ କଂଗ୍ରେସ । ରାମଲୀଲା ମଇଦାନରେ ହେବ ବଡ଼ ବିକ୍ଷୋଭ ଓ ପ୍ରତିବାଦ ସଭା । ସେଥିପାଇଁ ଦିଲ୍ଲୀର ରାମଲୀଲା ମୈଦାନରେ କଂଗ୍ରେସ ନେତା ଓ କର୍ମୀଙ୍କ ଭିଡ଼ ଜମିବା ଆରମ୍ଭ ହେଲାଣି

ଭୋଟ ଚୋରିକୁ ନେଇ ଆଜି ଦିଲ୍ଲୀରେ ଗର୍ଜିବ କଂଗ୍ରେସ । ରାମଲୀଲା ମଇଦାନରେ ହେବ ବଡ଼ ବିକ୍ଷୋଭ ଓ ପ୍ରତିବାଦ ସଭା । ସେଥିପାଇଁ ଦିଲ୍ଲୀର ରାମଲୀଲା ମୈଦାନରେ କଂଗ୍ରେସ ନେତା ଓ କର୍ମୀଙ୍କ ଭିଡ଼ ଜମିବା ଆରମ୍ଭ ହେଲାଣି

CONGRESS

Photograph: (KANAKNEWS)

କନକ ବ୍ୟୁରୋ : ଭୋଟ ଚୋରିକୁ ନେଇ ଆଜି ଦିଲ୍ଲୀରେ ଗର୍ଜିବ କଂଗ୍ରେସ । ରାମଲୀଲା ମଇଦାନରେ ହେବ ବଡ଼ ବିକ୍ଷୋଭ ଓ ପ୍ରତିବାଦ ସଭା । ସେଥିପାଇଁ ଦିଲ୍ଲୀର ରାମଲୀଲା ମୈଦାନରେ କଂଗ୍ରେସ ନେତା ଓ କର୍ମୀଙ୍କ ଭିଡ଼ ଜମିବା ଆରମ୍ଭ ହେଲାଣି ।  ବିକ୍ଷୋଭ, ପ୍ରତିବାଦ ସଭା ପରେ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ଦେବାକୁ ପ୍ରସ୍ତୁତି ଚାଲିଛି  ।  

ଅଧିକ ପଢନ୍ତୁ.... କଟକ ରାଜନୀତି ସରଗରମ: ତିନି ଦଳରେ ନେତା ବିଦ୍ରୋହୀ

ରାଲିକୁ ସମ୍ୱୋଧିତ କରିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସେହିପରି ରାଲିରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କେସି ବେଣୁଗୋପାଳ, ଜୟରାମ ରମେଶ, ସଚିନ ପାଇଲଟ ଭଳି ବରିଷ୍ଠ କଂଗ୍ରେସ ନେତା ଓ ସବୁ ସାଂସଦ ସାମିଲ ହେବେ ।  ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବା ସମ୍ଭାବନା ରହିଛି ।

ରାଲି ପୂର୍ବରୁ ସବୁ ନେତା, ସାଂସଦ କଂଗ୍ରେସ ମୁଖ୍ୟାଳୟର ଇନ୍ଦିରା ଭବନରେ ଏକାଠି ହୋଇ ରାମଲୀଲା ମଇଦାନକୁ ଶୋଭାଯାତ୍ରାରେ ବାହାରିବେ  ।  ସଂସଦରୁ ସଡ଼କ ଯାଏଁ ଭୋଟି ଚୋରି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛି କଂଗ୍ରେସ ।  କଥିତ ଭୋଟ ଚୋରି ପ୍ରସଙ୍ଗରେ ଆଜି ବଡ଼ ପ୍ରଦର୍ଶନ କରିବାକୁ ଯାଉଛି ଦଳ ।

ଏଥିରେ ଗାନ୍ଧୀ ପରିବାରର ତିନି ସଦସ୍ୟଙ୍କ ସମେତ କଂଗ୍ରେସ ଅଧ୍ୟକ୍ଷ କଂଗ୍ରେସ ଶାସିତ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ ।  କଂଗ୍ରେସର ଅଭିଯୋଗ ନିର୍ବାଚନ ପ୍ରକ୍ରିୟାରେ ବଡ଼ଧରଣ ଅନିୟମିତତା ହେଉଛି ।  ସରକାର ଓ ନିର୍ବାଚନ କମିସନ ମିଳିମିଶି ଦେଶରେ ଗଣତନ୍ତ୍ରକୁ ଦୁର୍ବଳ କରୁଛନ୍ତି ।  ଏହି ପ୍ରସଙ୍ଗରେ ସାଧାରଣ ଜନତାଙ୍କୁ ସଚେତନ କରିବାକୁ ଏବଂ ସରକାର ସହ ନିର୍ବାଚନ କମିସନ ଉପରେ ଚାପ ପକାଇବାକୁ ବଡ଼ ରାଲିରୁ ଆୟୋଜନ କରୁଛି କଂଗ୍ରେସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe