କଂଗ୍ରେସ କରିବ ଆନ୍ଦୋଳନ; ଜାଣନ୍ତୁ, ଟ୍ରାଫିକ୍ କଟକଣା

Advertisment

କଂଗ୍ରେସର ଆନ୍ଦୋଳନ ପାଇଁ ପୋଲିସ ପକ୍ଷରୁ ପ୍ରସ୍ତୁତି ହୋଇଛି। ଆନ୍ଦୋଳନକାରୀଙ୍କୁ ରୋକିବାକୁ ୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

କଂଗ୍ରେସର ଆନ୍ଦୋଳନ ପାଇଁ ପୋଲିସ ପକ୍ଷରୁ ପ୍ରସ୍ତୁତି ହୋଇଛି। ଆନ୍ଦୋଳନକାରୀଙ୍କୁ ରୋକିବାକୁ ୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

କଂଗ୍ରେସ ଆନ୍ଦୋଳନ ଟ୍ରାଫିକ୍ କଟକଣା

କଂଗ୍ରେସ ଆନ୍ଦୋଳନ ଟ୍ରାଫିକ୍ କଟକଣା Photograph: (KanakNews )

କନକ ବ୍ୟୁରୋ: କଂଗ୍ରେସର ଆନ୍ଦୋଳନ ପାଇଁ ପୋଲିସ ପକ୍ଷରୁ ପ୍ରସ୍ତୁତି ହୋଇଛି। ଆନ୍ଦୋଳନକାରୀଙ୍କୁ ରୋକିବାକୁ ୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ପୋଲିସ ମୁତୟନ ହେବା ସହ ରାସ୍ତାକୁ ସିଲ୍‌ କରାଯାଇଛି। ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତ ନ ଉପୁଜେ ସେନେଇ ଏବେଠୁ ସଜାଗ ହୋଇଛି ପୋଲିସ। ପୂର୍ବଠାରୁ ଅଧିକ ସିସି କ୍ୟାମେରା ଲଗାଯାଇଛି। କିଛି ଗଳି ରାସ୍ତାକୁ ମଧ୍ୟ ବନ୍ଦ କରାଯାଇଛି। ସେହିପରି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ କଟକଣା ମଧ୍ୟ ଜାରି କରିଛି ପୋଲିସ।

ଟ୍ରାଫିକ୍ କଟକଣା

  • ରାଜମହଲରୁ ରୂପାଲି ଓ ରୂପାଲିରୁ ରାଜମହଲ ରାସ୍ତାରେ କଟକଣା
  • ଏଜିରୁ କେଶରୀ ଟକିଜ୍ ଛକ ରାସ୍ତାରେ ଟ୍ରାଫିକ କଟକଣା
  • ରବୀନ୍ଦ୍ର ମଣ୍ଡପରୁ ୧୨୦ ବାଟାଲିୟନ୍ ରାସ୍ତାର ବନ୍ଦ ରହିବ
  • ସକାଳ ୯ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା
  • ଏହି ସମୟରେ ରାସ୍ତାରେ କେହି ଯିବା ଆସିବା କରିବେ ନାହିଁ
  • ସାଢେ ୯ଟା ସୁଦ୍ଧା ଅଫିସ ଆସିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe