କନକ ବ୍ୟୁରୋ: କଂଗ୍ରେସର ଆନ୍ଦୋଳନ ପାଇଁ ପୋଲିସ ପକ୍ଷରୁ ପ୍ରସ୍ତୁତି ହୋଇଛି। ଆନ୍ଦୋଳନକାରୀଙ୍କୁ ରୋକିବାକୁ ୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ପୋଲିସ ମୁତୟନ ହେବା ସହ ରାସ୍ତାକୁ ସିଲ୍ କରାଯାଇଛି। ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତ ନ ଉପୁଜେ ସେନେଇ ଏବେଠୁ ସଜାଗ ହୋଇଛି ପୋଲିସ। ପୂର୍ବଠାରୁ ଅଧିକ ସିସି କ୍ୟାମେରା ଲଗାଯାଇଛି। କିଛି ଗଳି ରାସ୍ତାକୁ ମଧ୍ୟ ବନ୍ଦ କରାଯାଇଛି। ସେହିପରି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ କଟକଣା ମଧ୍ୟ ଜାରି କରିଛି ପୋଲିସ।
ଟ୍ରାଫିକ୍ କଟକଣା
- ରାଜମହଲରୁ ରୂପାଲି ଓ ରୂପାଲିରୁ ରାଜମହଲ ରାସ୍ତାରେ କଟକଣା
- ଏଜିରୁ କେଶରୀ ଟକିଜ୍ ଛକ ରାସ୍ତାରେ ଟ୍ରାଫିକ କଟକଣା
- ରବୀନ୍ଦ୍ର ମଣ୍ଡପରୁ ୧୨୦ ବାଟାଲିୟନ୍ ରାସ୍ତାର ବନ୍ଦ ରହିବ
- ସକାଳ ୯ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା
- ଏହି ସମୟରେ ରାସ୍ତାରେ କେହି ଯିବା ଆସିବା କରିବେ ନାହିଁ
- ସାଢେ ୯ଟା ସୁଦ୍ଧା ଅଫିସ ଆସିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/03/27/6qYBkEW7b6boXFFDHTs7.jpg)