କନକ ବ୍ୟୁରୋ : ଆସନ୍ତାକାଲି ବିଧାନସଭା ଘେରିବ କଂଗ୍ରେସ । ରାଜ୍ୟ ସାରାରୁ ସାମିଲ ହେବେ ହଜାର ହଜାର କର୍ମଚାରୀ । ରାମ ମନ୍ଦିର ସାମ୍ନାରୁ ପଦଯାତ୍ରାରେ ବାହାରି ବିଧାନସଭା ପର୍ଯ୍ୟନ୍ତ ଯିବ ରାଲି । ଏହି ଆନ୍ଦୋଳନର ନେତୃତ୍ୱ ନେବେ ମହିଳା । ନାରୀ ନିର୍ଯାତନା ପ୍ରସଙ୍ଗ ସହିତ ବିଧାନସଭା ଭିତରେ କଂଗ୍ରେସ ବିଧାୟକଙ୍କୁ ଯେଉଁଭଳି ଭାବରେ ଅସମ୍ମାନ କରାଯାଇଅଛି ତାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିବ ଦଳ । ଏନେଇ ଆଜି ପିସିସି ସଭାପତିଙ୍କ ନେତୃତ୍ବରେ ବୈଠକ ଅନୁଷ୍ଠିତ ହେଇଥିଲା । ସେହି ବୈଠକରେ ଦଳର ସମସ୍ତ ବିଧାୟକଙ୍କ ସହିତ ବରିଷ୍ଠ ନେତା ମଧ୍ୟ ସାମିଲ ଥିଲେ ।

Advertisment

୧୨ କଂଗ୍ରେସ ବିଧାୟକଙ୍କ ନିଲମ୍ବନ ପରେ ଆଜି ସ୍ଥିତି ସାଂଘାତିକ ଦେଖିବାକୁ ମିଳିଥିଲା । ବିଧାନସଭାରେ ପ୍ରବେଶ ପାଇଁ କଂଗ୍ରେସ ବିଧାୟକ-ପୁଲିସ ମୁହାଁମୁହିଁ ହୋଇଥିଲେ । ରଣକ୍ଷେତ୍ର ପାଲଟିଲା ବିଧାନସଭା ସମ୍ମୁଖ । ଓଡ଼ିଶା ବିଧାନସଭା ଇତିହାସରେ ଏଭଳି ଚିତ୍ର ପ୍ରଥମଥର ଦେଖିବାକୁ ମିଳିଥିଲା । କାଲି ରାତି ଯାକ ରାସ୍ତାରେ ଶୋଇଥିଲେ କଂଗ୍ରେସ ବିଧାୟକ । ପୋଲିସ ସହ ଧସ୍ତାଧସ୍ତିରେ ବିଧାୟକ ଆହତ ହୋଇଥିବା ଅଭିଯୋଗ ବି ହୋଇଛି ।