ବିଧାନସଭା ଘେରିବ କଂଗ୍ରେସ; ନାରୀ ସୁରକ୍ଷା ପ୍ରସଙ୍ଗରେ ଗର୍ଜିବେ କଂଗ୍ରେସ କର୍ମୀ

Advertisment

ଆସନ୍ତା ମାର୍ଚ୍ଚ ୨୭ ତାରିଖରେ ବିଧାନସଭା ଘେରାଉ କରିବ କଂଗ୍ରେସ । ରାଜ୍ୟରେ ନାରୀ ନିର୍ଯାତନା ବଢ଼ିଚାଲିଥିବା ବେଳେ ଏହାକୁ ବିରୋଧ କରି ରାଜରାସ୍ତାକୁ ଓଲ୍ଲାଇବ ରାଜ୍ୟ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ଦଳର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ।

ଆସନ୍ତା ମାର୍ଚ୍ଚ ୨୭ ତାରିଖରେ ବିଧାନସଭା ଘେରାଉ କରିବ କଂଗ୍ରେସ । ରାଜ୍ୟରେ ନାରୀ ନିର୍ଯାତନା ବଢ଼ିଚାଲିଥିବା ବେଳେ ଏହାକୁ ବିରୋଧ କରି ରାଜରାସ୍ତାକୁ ଓଲ୍ଲାଇବ ରାଜ୍ୟ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ଦଳର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ।

ବିଧାନସଭା ଘେରିବ କଂଗ୍ରେସ

ବିଧାନସଭା ଘେରିବ କଂଗ୍ରେସ Photograph: (KanakNews )

କନକ ବ୍ୟୁରୋ: ଆସନ୍ତା ମାର୍ଚ୍ଚ ୨୭ ତାରିଖରେ ବିଧାନସଭା ଘେରାଉ କରିବ କଂଗ୍ରେସ । ରାଜ୍ୟରେ ନାରୀ ନିର୍ଯାତନା ବଢ଼ିଚାଲିଥିବା ବେଳେ ଏହାକୁ ବିରୋଧ କରି ରାଜରାସ୍ତାକୁ ଓଲ୍ଲାଇବ ରାଜ୍ୟ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ଦଳର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ । ତାଙ୍କ କହିବା ମୁତାବକ, ନାରୀଙ୍କୁ ସୁରକ୍ଷା ଦେବା ଦାବିରେ ଘେରାଉକୁ ବ୍ୟାପକ କରାଯିବ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ କଂଗ୍ରେସ କର୍ମୀ ଓ ନେତା ଏହି ଆନ୍ଦୋଳନରେ ସାମିଲ ହେବେ । ରାଜ୍ୟରେ ପାଖାପାଖି ୪୫ ହଜାରରୁ ଅଧିକ ନାରୀ ନିଖୋଜ ରହିଛନ୍ତି । ଏମିତି କି ନାରୀ ନିର୍ଯାତନାରେ ରାଷ୍ଟ୍ରପତିଙ୍କ ଗାଁ ମଧ୍ୟ ବାଦ୍ ପଡ଼ିନାହିଁ। 

ଦେବାଶିଷ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତ କରିବା କଥା କହୁଛନ୍ତି କିନ୍ତୁ ଏହା କଣ ନାରୀ ସୁରକ୍ଷା ? ବିଜେପି ସରକାରର ୯ ମାସ ଭିତରେ ୧୨.୯ ହାରରେ ମହିଳାଙ୍କ ଉପରେ ଅପରାଧ ହେଉଛି । ବିଭିନ୍ନ ଥାନାରେ ୧୬୦୦ କେସ୍ ରୁଜୁ ହୋଇଛି । ନାରୀଙ୍କୁ ସୁରକ୍ଷା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ । ବିଧାନସଭାରେ ଏହାକୁ ଉପସ୍ଥାପନା କଲେ କଂଗ୍ରେସ ବିଧାୟକଙ୍କୁ ସସପେଣ୍ଡ୍ କରାଯାଉଛି । ଯିଏ ଗାଳି ଦେଉଛି, ଯିଏ କଲର ଧରୁଛି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି କହିଛନ୍ତି ଦେବାଶିଷ ପଟ୍ଟନାୟକ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe