କଂଗ୍ରେସର ସମସ୍ତ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗ, ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କଲା କଂଗ୍ରେସ ଟିମ୍

ସାଧାରଣ ଲୋକଙ୍କ ଦ୍ୱାରା ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ବିଧାନସଭା ବରଣ କରିବା ଏଵଂ ରାଜ୍ୟରେ ଦୀର୍ଘ ଦିନଧରି ମହିଳା କମିଶନ ଅଧ୍ୟକ୍ଷା ନଥିବାରୁ ତୁରନ୍ତ ଅଧକ୍ଷା ନିଯୁକ୍ତ ପାଇଁ ରାଜ୍ୟପାଳଙ୍କୁ ଜଣଶଇଥିବା କହିଛନ୍ତି ଅଭିଯୋଗ କରିବାକୁ ଯାଇଥିବା ଟିମ୍ ।  ରାଜ୍ୟରେ ମହିଳା, ଛୋଟ ଝିଅମାନଙ୍କ ଉପରେ  ଆକ୍ରମଣ ହେଉଥିଲେ ମଧ୍ୟ ସରକାର ନିରବ ।

KÑþKþqKcZKc

cKZZKZKZ

କନକ ବ୍ୟୁରୋ : ବିଧାନସଭାରୁ ସମସ୍ତ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗରେ  ଆଜି ରାଜ୍ୟପାଳଙ୍କୁ ଭେଟିଛି କଂଗ୍ରେସର ଏକ ଟିମ୍ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ କଂଗ୍ରେସର ବିଧାୟକ ଏଵଂ ବରିଷ୍ଠ କଂଗ୍ରେସ ନେତାମାନେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଅଭିଯୋଗ କରିଛନ୍ତି । ସବୁ  କଂଗ୍ରେସ ବିଧାୟକଙ୍କୁ ବାଚସ୍ପତି ଗୃହରୁ ନିଲମ୍ବନ କରିବା ଅଗଣତାନ୍ତ୍ରିକ, ସାଧାରଣ ଲୋକଙ୍କ ଦ୍ୱାରା ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ବିଧାନସଭା ବରଣ କରିବା ଏଵଂ ରାଜ୍ୟରେ ଦୀର୍ଘ ଦିନଧରି ମହିଳା କମିଶନ ଅଧ୍ୟକ୍ଷା ନଥିବାରୁ ତୁରନ୍ତ ଅଧକ୍ଷା ନିଯୁକ୍ତ ପାଇଁ ରାଜ୍ୟପାଳଙ୍କୁ ଜଣଶଇଥିବା କହିଛନ୍ତି ଅଭିଯୋଗ କରିବାକୁ ଯାଇଥିବା ଟିମ୍ ।  ରାଜ୍ୟରେ ମହିଳା, ଛୋଟ ଝିଅମାନଙ୍କ ଉପରେ  ଆକ୍ରମଣ ହେଉଥିଲେ ମଧ୍ୟ ସରକାର ନିରବ । ସେ ବାବଦରେ ହାଉସ କମିଟି ଗଠନ କରିବା ପାଇଁ ଦାବି କରିବାରୁ ବିଧାୟକ ମାନଙ୍କୁ ଗୃହ ଭିତରକୁ ଛଡାଯାଉନଥିବା ଅଭିଯୋଗ ରହିଛି । କାହିଁକି ଓ ସମ୍ବିଧାନର କେଉଁ ଆଇନ ବଳରେ ଆମର ସମସ୍ତ ବିଧାୟକଙ୍କୁ ନିଲମ୍ବନ କରାଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । ରାଜ୍ୟପାଳଙ୍କୁ ଭେଟିବା ପରେ ପିସିସି ସଭାପତି କହିଛନ୍ତି କି, ରାଜ୍ୟପାଳ ଅନୁଧ୍ୟାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।  ଆମର ବିଶ୍ବାସ ସେ ନ୍ୟାୟ ଦେବେ ବୋଲି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଏବଂ  ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ସେପଟେ ଆଜିର ଘଟଣା  ବିଧାନ ସଭା ଆଗରେ ବିଧାୟକ ଧାରଣା ଦେବା ପ୍ରସଙ୍ଗରେ  ବିଧାୟକ ତାରା ବାହିନୀପତି କହିଛନ୍ତି ଆମେ କାହା ଦୟାରେ ରାଜନୀତି କରୁନୁ। ଆମେ ଏ ବାବଦରେ ଆଜି ରାଜ୍ୟପାଳଙ୍କୁ ଭେଟିଛୁ, ଆବଶ୍ୟକ ପଡିଲେ ଆଗାମୀ ଦିନରେ ରାଷ୍ଟ୍ରପତିଙ୍କୁ ଭେଟିବୁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe