ସୁନ୍ଦରଗଡ ଖଣି ଅଞ୍ଚଳରେ କଂଗ୍ରେସ ଟିମ୍ ; ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ସୁନ୍ଦରଗଡ ତେଲେନଡିହି ରିଜର୍ଭ ଫରେଷ୍ଟର ପିସିସି ମାଇନିଂ କମିଟି । ଶାହା କମିଶନ ଭଳି ତଦନ୍ତ କମିଶନ ବସାଇ କୋଇଲା ଲୁଟର ତଦନ୍ତ ପାଇଁ କଲେ ଦାବି।  କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ମାଫିଆଙ୍କ ସହ ସରକାରଙ୍କ ସଲାସୁତରା ଅଭିଯୋଗ ଆଣିଲା ଦଳ ।

congress team

congress team Photograph: (KanakNews)

କନକ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲା ଖଣି ଚୋରି ମାମଲା । ତେଲେନଡିହି ରିଜର୍ଭ ଫରେଷ୍ଟରେ ଥିବା କୋଇଲା ଖଣି ପରିଦର୍ଶନ କଲେ ପିସିସି ମାଇନିଂ କମିଟି । କୋଇଲା ଲୁଟର ତଦନ୍ତ ପାଇଁ ଶାହା କମିଶନ ଭଳି ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଶନ ଗଠନ କରି ତଦନ୍ତ କରିବାକୁ ଦାବି କଲେ ତାରାବାହିନୀ ପତି । ରାଜ୍ୟ ସରକାରଙ୍କ ମନ୍ତ୍ରୀସ୍ତରୀୟ ଗସ୍ତ କରି ଫେରିଛନ୍ତି । ହେଲେ ମାଫିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଧାୟକ ଅଶୋକ ଦାସ । ଖଣି ମାଫିଆଙ୍କ ସହ ସଲା ସୁତୁରା ହୋଇ ସବୁ ସଫା କରିଦେଇଥିବା କହିଛନ୍ତି ବିଧାୟକ ଅଶୋକ ଦାସ । ଖଣି ଚୋରି  ଘଟଣାରେ ପ୍ରଶାସନ କିପରି ଜାଣି ପାରିଲାନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏଥିସହ ପୂର୍ବ ସରକାର ଓ ବର୍ତମାନର ସରକାର ଏଥିରେ ସାମିଲ ଥିବା କହୁଛନ୍ତି ବିଧାୟକ ରାଜନ ଏକା । ଆଜି ସୁନ୍ଦରଗଡ଼ ପହଞ୍ଚିବା ପରେ ପିସିସି ମାଇନିଂ କମିଟି ଗଡ ତୁମୁଲିଆ ଗାଁରେ ବିସ୍ଥାପିତଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ତେଲେନଡିହି ରିଜର୍ଭ ଫରେଷ୍ଟକୁ ଗସ୍ତ କରିଥରୁଛନ୍ତି ପିସିସି କମିଟି । ତାରା ପ୍ରସାଦ ବାହିନୀପତି ଙ୍କ ନେତୃତ୍ୱ ରେ ଆସିଥିବା ଏହି କମିଟି ରେ ବାସୁଦେବପୁର ବିଧାୟକ ଅଶୋକ ଦାସ ଓ ରାଜଗାଙ୍ଗପୁର ବିଧାୟକ ରାଜନ ଏକା ଉପସ୍ଥିତ ଅଛନ୍ତି। ଗଡ ତୁମୁଲିଆ ଗାଁରେ ବିସ୍ଥାପିତଙ୍କ ସହିତ ଆଲୋଚନା କରିବା ପରେ ତେଲେନଡିହି ରିଜର୍ଭ ଫରେଷ୍ଟର କୋଇଲା ଲୁଟ ଅଞ୍ଚଳ ବୁଲି ଦେଖିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe