ଜମି କିଣା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କୁ କଂଗ୍ରେସର ଟାର୍ଗେଟ: ମିଥ୍ୟା ସତ୍ୟପାଠ ଦେଇଥିବା ମନ୍ତ୍ରୀ କୃଷ୍ଣ ପାତ୍ର ଇସ୍ତଫା ଦେବାକୁ ଦାବି କଲା ଦଳ

Advertisment

ଯଦି ମନ୍ତ୍ରୀ ଜମି କିଣିବାକୁ ୨୫ ଲକ୍ଷ ଆଗ୍ରୀମ ଦେଇଛନ୍ତି ତେବେ ଜମିର ମୂଲ୍ୟ କେତେ ଟଙ୍କା ହେବ, ମନ୍ତ୍ରୀ ଏହି ଟଙ୍କା କଥା ସତ୍ୟପାଠରେ କାହିଁକି ଅବଗତ କରାଇନଥିଲେ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ଯଦି ମନ୍ତ୍ରୀ ଜମି କିଣିବାକୁ ୨୫ ଲକ୍ଷ ଆଗ୍ରୀମ ଦେଇଛନ୍ତି ତେବେ ଜମିର ମୂଲ୍ୟ କେତେ ଟଙ୍କା ହେବ, ମନ୍ତ୍ରୀ ଏହି ଟଙ୍କା କଥା ସତ୍ୟପାଠରେ କାହିଁକି ଅବଗତ କରାଇନଥିଲେ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

9

Photograph: (kanak news)

କନକ ବ୍ୟୁରୋ: ଜମି କିଣା ପ୍ରସଙ୍ଗକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଟାର୍ଗେଟ କରିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା କହିଛନ୍ତି ୨୦୨୪ ନିର୍ବାଚନରେ ମନ୍ତ୍ରୀ ମିଥ୍ୟା ସତ୍ୟପାଠ ପ୍ରଦାନ କରିଛନ୍ତି, ତେଣୁ ତୁରନ୍ତ ଇସ୍ତଫା ଦିଅନ୍ତୁ । ଯଦି ମନ୍ତ୍ରୀ ଜମି କିଣିବାକୁ ୨୫ ଲକ୍ଷ ଆଗ୍ରୀମ ଦେଇଛନ୍ତି ତେବେ ଜମିର ମୂଲ୍ୟ କେତେ ଟଙ୍କା ହେବ, ମନ୍ତ୍ରୀ ଏହି ଟଙ୍କା କଥା ସତ୍ୟପାଠରେ କାହିଁକି ଅବଗତ କରାଇନଥିଲେ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ନଚେତ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ଉକ୍ତ ମନ୍ତ୍ରୀଙ୍କୁ ବରଖାସ୍ତ କରନ୍ତୁ । କଂଗ୍ରେସ ଦାବି ପୂରଣ ନହେଲେ ଆଗାମୀ ଦିନରେ ଦଳ ଆନ୍ଦୋଳନକୁ ଓଲ୍ଲାଇବ ବୋଲି ଚେତାବନୀ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe