କନକ ବ୍ୟୁରୋ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମେକ ଇନ୍ ଇଣ୍ଡିଆ ପ୍ରସଙ୍ଗ ଉଠାଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଦିଲ୍ଲୀର ସର୍ବବୃହତ ଇଲେକ୍ଟଟ୍ରୋନିକ ବଜାରରେ ପହଞ୍ଚି ଯୁବ ବ୍ୟବସାୟୀ ଓ କର୍ମଚାରୀଙ୍କୁ ଭେଟିଥିଲେ । ଏହା ପରେ ରାହୁଲ ଏକ ଭିଡିଓ ପୋଷ୍ଟ କରି ମୋଦୀ ସରକାରଙ୍କୁ ମେକ ଇନ ଇଣ୍ଡିଆ ଉପରେ ଏକାଧିକ ପ୍ରଶ୍ନ ପଚାରିଛନ୍ତି ।
ରାହୁଲ କହିଛନ୍ତି ଭାରତ ସରକାର ମେକ ଇନ ଇଣ୍ଡିଆ କେବଳ ଏକ ପ୍ରହସନ । ଦେଶର ଯୁବକଙ୍କୁ ସୁଯୋଗ ମିଳୁନି କାରଣ ଦେଶରେ ସ୍ବଦେଶୀ ପର୍ଯ୍ୟାପ୍ତ କରାଯାଉନି । ଦେଶରେ ବେକାରୀ ସମସ୍ୟା ବଢୁଛି ଚାକିରି ମିଳିବା ଆଶାରେ ଯୁବଗୋଷ୍ଠୀ ଆଜି ବି ଅପେକ୍ଷାରେ ।