କେରଳ ପାଇଁ କଂଗ୍ରେସର ରଣନୀତି,  ଗୋଷ୍ଠୀ ବିବାଦ ଏଡ଼ାଇବା ଲାଗି କାହାକୁ କରିବନି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

Advertisment

ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ବାଛିବାକୁ ଦଳର ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି । ଗତକାଲି କଂଗ୍ରେସର ନିର୍ବାଚନ ସମ୍ପର୍କିତ ବୈଠକକୁ ଶଶୀ ଥରୁର ଯାଇ ନଥିଲେ

ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ବାଛିବାକୁ ଦଳର ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି । ଗତକାଲି କଂଗ୍ରେସର ନିର୍ବାଚନ ସମ୍ପର୍କିତ ବୈଠକକୁ ଶଶୀ ଥରୁର ଯାଇ ନଥିଲେ

Congress

Congress Photograph: (Google)

କନକ ବ୍ୟୁରୋ; କେରଳ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରିବ ନାହିଁ । ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ବଛା ହେବେ ବୋଲି କେରଳ ପାଇଁ ଗଠିତ କଂଗ୍ରେସର ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । କେରଳରେ ଶାସକ ଏଲଡିଏଫ୍ ଓ ବିଜେପିକୁ ପ୍ରତିହତ କରିବା ପାଇଁ କଂଗ୍ରେସ କୌଣସି ସୁଯୋଗ ହାତ କରିବାକୁ ଚାହୁନାହିଁ ।  

 କଂଗ୍ରେସର ଏଭଳି ନିଷ୍ପତ୍ତି ପଛରେ ଅଦୃଶ୍ୟ ଗୋଷ୍ଠୀ ବିବାଦ ରହିଛି ।  କେରଳ ବିଧାନସଭାର ବିରୋଧୀ ଦଳ ନେତା ଭି. ଡି ସତୀଶନ, ବରିଷ୍ଠ ନେତା ରମେଶ ଚେନିତାଲା, ପୂର୍ବତନ ମୁଖ୍ୟମନ୍ତ୍ରୀ କେ. କରୁଣାକରନଙ୍କ ପୁଅ କେ. ମୁରଲୀଧରନ ପ୍ରମୁଖ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ଆଗ୍ରହୀ ଅଛନ୍ତି। ଏହାଛଡ଼ା  ପ୍ରଭାବଶାଳୀ ନେତା କଂଗ୍ରେସର ସାଧାରଣ ସମ୍ପାଦକ କେ.ସି  ବେଣୁଗୋପାଳଙ୍କର ଜୋରଦାର ଲବି ଅଛି। ଏପରିକି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା  ପାଇଁ ଦଳର କେନ୍ଦ୍ରୀୟ ପଦପଦବି ଛାଡ଼ିବାକୁ ରାହୁଲ ଗାନ୍ଧୀଙ୍କ ପାଖରେ ବେଣୁଗୋପାଳ ଇଚ୍ଛା ପ୍ରକାଶ କରିଛନ୍ତି ।  ଏହି ନେତାମାନଙ୍କର ସ୍ୱତନ୍ତ୍ର ଅନୁଗତ ଗୋଷ୍ଠୀ ଅଛି। ମାତ୍ର ୨୦୨୧ରେ ଗୋଷ୍ଠୀ ବିବାଦ ଯୋଗୁ ଶାସନ କ୍ଷମତାକୁ ଆସିବାରେ ବିଫଳ ହୋଇଥିବାରୁ ଏଥର ଯଥେଷ୍ଟ ସଜାଗ ଅଛି କଂଗ୍ରେସ ।  ଏଥିପାଇଁ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନକରିବାକୁ ଓ ସମସ୍ତେ ଏକଜୁଟ୍ ହୋଇ କାମ କରିବାକୁ ରାହୁଲ ଗାନ୍ଧୀ ଗୁରୁତ୍ବ ଦେଇଛନ୍ତି । କେରଳରେ ସମସ୍ତ କଂଗ୍ରେସ ନେତାଙ୍କୁ ଏକାଠି କରିବା ପାଇଁ ରାହୁଲ ଏକ ପ୍ରକାର ସଫଳ ହୋଇଥିଲେ ମଧ୍ୟ ଦଳର ସାଂସଦ ଶଶୀ ଥରୁର୍ ଅଲଗା ରହୁଛନ୍ତି ।

ଅଧିକ ପଢନ୍ତୁ:  ଗୁରୁତ୍ଵପୂର୍ଣ୍ଣ ବୈଠକକୁ ଏଡ଼ାଇଦେଲେ ଥରୁର, କାହିଁକି କାର୍ଯ୍ୟାନୁଷ୍ଠାନ ନେଇପାରୁନି କଂଗ୍ରେସ?

ଗତକାଲି କଂଗ୍ରେସର ନିର୍ବାଚନ ସମ୍ପର୍କିତ ବୈଠକକୁ ଶଶୀ ଥରୁର ଯାଇ ନଥିଲେ। ଥରୁର ବିଜେପିର ନିକଟତର ହେଉଛନ୍ତି ଓ ତାଙ୍କୁ କଂଗ୍ରେସ ହାଇକମାଣ୍ଡ ଦୂରେଇ ରଖୁଥିବା ଚର୍ଚ୍ଚା ହେଉଛି। ସହରାଞ୍ଚଳ ଭୋଟର ଓ ଯୁବକଙ୍କ ଉପରେ ଥରୁରଙ୍କ ପ୍ରଭାବ ଥିବାରୁ କଂଗ୍ରେସ ତାଙ୍କୁ ପୂରା ଛାଡ଼ିପାରୁନାହିଁ । କେରଳରେ ଗତ ପୌର ନିର୍ବାଚନରେ କଂଗ୍ରେସ ଭଲ କରିଥିଲେ ମଧ୍ୟ ଥିରୁବନନ୍ତପୁରମରେ ବିଜେପି ଜିତିଛି  ଓ ଅନ୍ୟ ସ୍ଥାନରେ ଭଲ କରିଛି ।  କେରଳରେ ପ୍ରାୟତଃ ଥରେ ଏଲଡିଫ୍ ଏବଂ ଥରେ କଂଗ୍ରେସ ବଡ଼ ଅଂଶୀଦାର ଥିବା ୟୁଡିଏଫ୍ ଶାସନ କ୍ଷମତାକୁ ଫେରିବାର ନଜିର ଥିବାରୁ ଓ ମୁଣ୍ଡ ଟେକୁଥିବା ବିଜେପିକୁ ପ୍ରତିହତ କରିବା ପାଇଁ କଂଗ୍ରେସ ନିଜକୁ ଶକ୍ତିଶାଳୀ କରିବା ଯୋଜନାରେ ଅଛି ।  

 
  
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe