କନକ ବ୍ୟୁରୋ : କନ୍ଧମାଳରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ହେବା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସର ଷ୍ଟିୟରିଂ କମିଟି । ଚାଉଳ ଦିଆଯାଉଛି କହି ବିଭ୍ରାନ୍ତ କରିଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ ସହ କନ୍ଧମାଳ ଜିଲ୍ଲାପାଳଙ୍କୁ ବରଖାସ୍ତ କରିବାକୁ ଦଳ ଦାବି କରିଛି । ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ କଂଗ୍ରେସ ଷ୍ଟିଅରିଂ କମିଟି ଦାବି କରିଛି । ଏଥିସହ ଗଜପତି ଓ କନ୍ଧମାଳ ପାଇଁ ଏକ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ପାଇଁ ଦଳ ଅନୁରୋଧ କରିଛି । କଂଗ୍ରେସ ଟିମ ଭେଟିବା ପରେ ରାଜ୍ୟପାଳ, ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ଏକ ରିପୋର୍ଟ ମାଗିଛନ୍ତି । ରାଜ୍ୟପାଳ ନିଜେ ଗସ୍ତ କରି ଥରେ ସେ ଅଂଚଳ ବୁଲି ଆସନ୍ତୁ କଂଗ୍ରେସ ଅନୁରୋଧ କରିଛି ।
କନ୍ଧମାଳରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣା । ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ଷ୍ଟିୟରିଂ କମିଟି
ଏଥିସହ ଗଜପତି ଓ କନ୍ଧମାଳ ପାଇଁ ଏକ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ପାଇଁ ଦଳ ଅନୁରୋଧ କରିଛି । କଂଗ୍ରେସ ଟିମ ଭେଟିବା ପରେ ରାଜ୍ୟପାଳ, ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ଏକ ରିପୋର୍ଟ ମାଗିଛନ୍ତି । ରାଜ୍ୟପାଳ ନିଜେ ଗସ୍ତ କରି ଥରେ ସେ ଅଂଚଳ ବୁଲି ଆସନ୍ତୁ କଂଗ୍ରେସ ଅନୁରୋଧ କରିଛି ।