କଂଗ୍ରେସ କରୁଛି ପଦଯାତ୍ରା ; ଭୁବନେଶ୍ବରରୁ- ପୁରୀ ୬୦ କିଲୋମିଟର ଚାଲି ଚାଲି ଯିବେ କଂଗ୍ରେସ ନେତା ଓ କର୍ମୀ

କଂଗ୍ରେସ କରୁଛି ସଙ୍କଳ୍ପ ଯାତ୍ରା । ଭୁବନେଶ୍ବରରୁ- ପୁରୀ ୬୦ କିଲୋମିଟରର ପଦଯାତ୍ରା ପାଇଁ ରାଜଧାନୀରେ କଂଗ୍ରେସ କର୍ମୀ।  ପୁରୀ ଅଭିମୁଖେ ୩ ଦିନିଆ ପଦଯାତ୍ରା କରିବ ଦଳ । 

କଂଗ୍ରେସ ସଂକଳ୍ପ ଯାତ୍ରା

କଂଗ୍ରେସ ସଂକଳ୍ପ ଯାତ୍ରା Photograph: (କନକ ନ୍ୟୁଜ)

କନକ ବ୍ୟୁରୋ: କଂଗ୍ରେସ କରୁଛି ସଂକଳ୍ପ ଯାତ୍ରା।  ନୂଆ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ଭୁବନେଶ୍ବରରୁ ପୁରୀ ପର୍ୟ୍ୟନ୍ତ ହେବ ପଦଯାତ୍ରା । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ସଜେଇ ହୋଇଛି ଶ୍ରୀଜଗନ୍ନାଥ ରଥ । ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ଆରମ୍ଭ ହୋଇଛି ପଦଯାତ୍ରା। 

ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରୁ କଂଗ୍ରେସ କର୍ମୀ ଆସି ରାଜଧାନୀରେ ପହଞ୍ଚିଛନ୍ତି । ବରିଷ୍ଠ କଂଗ୍ରେସ ନେତା ବି ପଦଯାତ୍ରାରେ ସାମିଲ ହେବା ପାଇଁ ପହଞ୍ଚିଛନ୍ତି । ପୁରୀ ଅଭିମୁଖେ ୩ ଦିନିଆ ପଦଯାତ୍ରା କରାଯିବ। ଆଜି ଭୁବନେଶ୍ବରରୁ ପିପିଲି, ବୁଧବାର ପିପିଲିରୁ ଚନ୍ଦନପୁର, ଗୁରୁବାର ଚନ୍ଦନପୁରରୁ ଶ୍ରୀମନ୍ଦିର ଯାଇ ଜଗା ଦର୍ଶନ କରିବା ପରେ କଂଗ୍ରେସ ପାଇଁ ସଙ୍କଳ୍ପ କରିବେ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଈଛି। ପିପିଲି ଓ ଚନ୍ଦନପୁର କଲ୍ୟାଣ ମଣ୍ଡପରେ ନୂଆ ସଭାପତିଙ୍କ ରାତ୍ରି ରହଣି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଜଗା ଦର୍ଶନ ପରେ ହିଁ ସେ ରାଜ୍ୟରେ ରାଜନୈତିକ କାର୍ୟ୍ୟକ୍ରମ କରିବେ। ତା ପୂର୍ବରୁ ନୂଆ ସଭାପତି କୌଣସି ରାଜନୈତିକ ବକ୍ତବ୍ୟ ଦେବେ ନାହିଁ। ଦୀର୍ଘ ୮ ମାସ ପରେ ରାଜ୍ୟ କଂଗ୍ରେସ ନିଜ ପତିଆରାର ପ୍ରଦର୍ଶନ କରିବାକୁ ଯାଉଛି । ଯୁବ, ଛାତ୍ର ମହିଳା ସେବାଦଳ ସମସ୍ତଙ୍କୁ ଯାତ୍ରାରେ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe