କନକ ବ୍ୟୁରୋ: କଂଗ୍ରେସ କରୁଛି ସଂକଳ୍ପ ଯାତ୍ରା। ନୂଆ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ଭୁବନେଶ୍ବରରୁ ପୁରୀ ପର୍ୟ୍ୟନ୍ତ ହେବ ପଦଯାତ୍ରା । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ସଜେଇ ହୋଇଛି ଶ୍ରୀଜଗନ୍ନାଥ ରଥ । ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ଆରମ୍ଭ ହୋଇଛି ପଦଯାତ୍ରା।
ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରୁ କଂଗ୍ରେସ କର୍ମୀ ଆସି ରାଜଧାନୀରେ ପହଞ୍ଚିଛନ୍ତି । ବରିଷ୍ଠ କଂଗ୍ରେସ ନେତା ବି ପଦଯାତ୍ରାରେ ସାମିଲ ହେବା ପାଇଁ ପହଞ୍ଚିଛନ୍ତି । ପୁରୀ ଅଭିମୁଖେ ୩ ଦିନିଆ ପଦଯାତ୍ରା କରାଯିବ। ଆଜି ଭୁବନେଶ୍ବରରୁ ପିପିଲି, ବୁଧବାର ପିପିଲିରୁ ଚନ୍ଦନପୁର, ଗୁରୁବାର ଚନ୍ଦନପୁରରୁ ଶ୍ରୀମନ୍ଦିର ଯାଇ ଜଗା ଦର୍ଶନ କରିବା ପରେ କଂଗ୍ରେସ ପାଇଁ ସଙ୍କଳ୍ପ କରିବେ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଈଛି। ପିପିଲି ଓ ଚନ୍ଦନପୁର କଲ୍ୟାଣ ମଣ୍ଡପରେ ନୂଆ ସଭାପତିଙ୍କ ରାତ୍ରି ରହଣି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଜଗା ଦର୍ଶନ ପରେ ହିଁ ସେ ରାଜ୍ୟରେ ରାଜନୈତିକ କାର୍ୟ୍ୟକ୍ରମ କରିବେ। ତା ପୂର୍ବରୁ ନୂଆ ସଭାପତି କୌଣସି ରାଜନୈତିକ ବକ୍ତବ୍ୟ ଦେବେ ନାହିଁ। ଦୀର୍ଘ ୮ ମାସ ପରେ ରାଜ୍ୟ କଂଗ୍ରେସ ନିଜ ପତିଆରାର ପ୍ରଦର୍ଶନ କରିବାକୁ ଯାଉଛି । ଯୁବ, ଛାତ୍ର ମହିଳା ସେବାଦଳ ସମସ୍ତଙ୍କୁ ଯାତ୍ରାରେ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/18/y1HK0EUClJYAYm5NCoGj.jpg)