ପୁରୀ ସାଂସଦଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ, ସମ୍ବିତ ପାତ୍ରଙ୍କ ଘର ଆଗରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ

Advertisment

ରାହୁଲ ଗାନ୍ଧୀଙ୍କ ବିରୋଧରେ ପୁରୀ ସାଂସଦଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ । ସମ୍ବିତ ପାତ୍ରଙ୍କ ଘର ଆଗରେ କଂଗ୍ରେସର ଅଭିନବ ପ୍ରତିବାଦ । ଅପରେସନ ସିନ୍ଦୂରକୁ ନେଇ ରାହୁଲଙ୍କ ବାରମ୍ବାର ପ୍ରଶ୍ନ ଉଠାଉଥିବାରୁ ଦେଶଦ୍ରୋହୀ କହିଥିଲେ ସମ୍ବିତ । 

ରାହୁଲ ଗାନ୍ଧୀଙ୍କ ବିରୋଧରେ ପୁରୀ ସାଂସଦଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ । ସମ୍ବିତ ପାତ୍ରଙ୍କ ଘର ଆଗରେ କଂଗ୍ରେସର ଅଭିନବ ପ୍ରତିବାଦ । ଅପରେସନ ସିନ୍ଦୂରକୁ ନେଇ ରାହୁଲଙ୍କ ବାରମ୍ବାର ପ୍ରଶ୍ନ ଉଠାଉଥିବାରୁ ଦେଶଦ୍ରୋହୀ କହିଥିଲେ ସମ୍ବିତ । 

Sambit-

କନକ ବ୍ୟୁରୋ: ପୁରୀ ସାଂସଦଙ୍କ ଘର ଘେରିଲା କଂଗ୍ରେସ । ରାହୁଲ ଗାନ୍ଧି ପାକିସ୍ତାନ ଓ ଚୀନଠୁ ପଇସା ନେଉଛନ୍ତି ବୋଲି କିଛି ଦିନ ତଳେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ସମ୍ବିତ ପାତ୍ର । ଆଜି ଏହାକୁ ନେଇ ସମ୍ବିତ ପାତ୍ରଙ୍କ ଘର ଆଗରେ କଂଗ୍ରେସ ଅଭିନବ ପ୍ରତିବାଦ କରିଛି । ସାଂସଦଙ୍କ ମତିଭ୍ରମ ହୋଇଛି କହି ଆମ୍ବୁଲାନ୍ସ ଓ ଷ୍ଟ୍ରେଚର ନେଇ ଆସିଥିଲେ କଂଗ୍ରେସ କର୍ମୀ । ପୁରୀ ସାଂସଦଙ୍କ ଏଭଳି ଆପତ୍ତିଜନକ ମନ୍ତବ୍ୟକୁ ନିନ୍ଦା କରିଛି କଂଗ୍ରେସ ।  

ପୁରୀ ସାଂସଦ ସମ୍ବିତ ପାତ୍ର ରାହୁଲ ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିବା ଅଭିଯୋଗ ହୋଇଥିଲା । ସାଂସଦ ସମ୍ବିତ ପାତ୍ର ଦାଣ୍ଡ ମକୁନ୍ଦପୁରରେ ବିଜେପିର ବିଜୟ ଦିବସ ପାଳନ ଓ ରିପୋର୍ଟ କାର୍ଡ ଉପସ୍ଥାପନା ଅବସରରେ ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚାଇନା ଓ ପାକିସ୍ତାନଠାରୁ ଟଙ୍କା ପାଉଛନ୍ତି ବୋଲି କହିଥିଲେ ପୁରୀ ସାଂସଦ । ରାହୁଲ ଗାନ୍ଧୀଙ୍କ ପରିବାର ଦେଶଦ୍ରୋହୀ ବୋଲି ନିଜର ଭାଷଣରେ କହିଥିଲେ ।  ଅପରେସନ ସିନ୍ଦୂର ନେଇ ବାରମ୍ବାର ରାହୁଲ ପ୍ରଶ୍ନ ଉଠାଇ ପ୍ରମାଣ ମାଗୁଥିବାବେଳେ ଏହାର ଜବାବରେ କଡ଼ା ସମାଲୋଚନା କରିଥିଲେ ସମ୍ବିତ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe