କନକ ବ୍ୟୁରୋ: ପୁରୀ ସାଂସଦଙ୍କ ଘର ଘେରିଲା କଂଗ୍ରେସ । ରାହୁଲ ଗାନ୍ଧି ପାକିସ୍ତାନ ଓ ଚୀନଠୁ ପଇସା ନେଉଛନ୍ତି ବୋଲି କିଛି ଦିନ ତଳେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ସମ୍ବିତ ପାତ୍ର । ଆଜି ଏହାକୁ ନେଇ ସମ୍ବିତ ପାତ୍ରଙ୍କ ଘର ଆଗରେ କଂଗ୍ରେସ ଅଭିନବ ପ୍ରତିବାଦ କରିଛି । ସାଂସଦଙ୍କ ମତିଭ୍ରମ ହୋଇଛି କହି ଆମ୍ବୁଲାନ୍ସ ଓ ଷ୍ଟ୍ରେଚର ନେଇ ଆସିଥିଲେ କଂଗ୍ରେସ କର୍ମୀ । ପୁରୀ ସାଂସଦଙ୍କ ଏଭଳି ଆପତ୍ତିଜନକ ମନ୍ତବ୍ୟକୁ ନିନ୍ଦା କରିଛି କଂଗ୍ରେସ ।
ପୁରୀ ସାଂସଦ ସମ୍ବିତ ପାତ୍ର ରାହୁଲ ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିବା ଅଭିଯୋଗ ହୋଇଥିଲା । ସାଂସଦ ସମ୍ବିତ ପାତ୍ର ଦାଣ୍ଡ ମକୁନ୍ଦପୁରରେ ବିଜେପିର ବିଜୟ ଦିବସ ପାଳନ ଓ ରିପୋର୍ଟ କାର୍ଡ ଉପସ୍ଥାପନା ଅବସରରେ ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚାଇନା ଓ ପାକିସ୍ତାନଠାରୁ ଟଙ୍କା ପାଉଛନ୍ତି ବୋଲି କହିଥିଲେ ପୁରୀ ସାଂସଦ । ରାହୁଲ ଗାନ୍ଧୀଙ୍କ ପରିବାର ଦେଶଦ୍ରୋହୀ ବୋଲି ନିଜର ଭାଷଣରେ କହିଥିଲେ । ଅପରେସନ ସିନ୍ଦୂର ନେଇ ବାରମ୍ବାର ରାହୁଲ ପ୍ରଶ୍ନ ଉଠାଇ ପ୍ରମାଣ ମାଗୁଥିବାବେଳେ ଏହାର ଜବାବରେ କଡ଼ା ସମାଲୋଚନା କରିଥିଲେ ସମ୍ବିତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/06/08/BzNSUD6ImFnQB75SD6co.jpg)