ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ କଂଗ୍ରେସର ତୀବ୍ର ସମାଲୋଚନା

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ପ୍ରସଙ୍ଗରେ ତୀବ୍ର ସମାଲୋଚନା କରିଛନ୍ତି। ରାହୁଲ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ବୁଝାମଣା କରିଛନ୍ତି ବୋଲି ଲେଖିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ପ୍ରସଙ୍ଗରେ ତୀବ୍ର ସମାଲୋଚନା କରିଛନ୍ତି। ରାହୁଲ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ବୁଝାମଣା କରିଛନ୍ତି ବୋଲି ଲେଖିଛନ୍ତି।

congress

congress Photograph: (kanak news)

କନକ ବ୍ୟୁରୋ : ଆମେରିକା ସୁପ୍ରିମକୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ୱବ୍ୟାପୀ ଶୁଳ୍କ ବ୍ୟବସ୍ଥାକୁ ଖାରଜ କରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ପ୍ରସଙ୍ଗରେ ତୀବ୍ର ସମାଲୋଚନା କରିଛନ୍ତି। ରାହୁଲ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ବୁଝାମଣା କରିଛନ୍ତି ବୋଲି ଲେଖିଛନ୍ତି। ଭାରତ-ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିଦ୍ବାରା ଦେଶ ପ୍ରତି ହୋଇଥିବା ବିଶ୍ୱାସଘାତର ପର୍ଦ୍ଦାଫାସ ହୋଇଛି ବୋଲି ରାହୁଲ ଅଭିଯୋଗ କରିବା ସହିତ ପ୍ରଧାନମନ୍ତ୍ରୀ ପୁନଃ ଆଲୋଚନା କରିପାରିବେ ନାହିଁ। ସେ ପୁଣି ଥରେ ଆତ୍ମସମର୍ପଣ କରିଦେବେ ବୋଲି ଏହି ପୋ‌ଷ୍ଟରେ ଲେଖିଛନ୍ତି। କଂଗ୍ରେସ ଏହାପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଉପରେ ସମାନ ଅଭିଯୋଗ କରିଆସୁଛି। ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ବାଣିଜ୍ୟ ଚୁକ୍ତି ପାଇଁ ଭାରତର ହିତକୁ ଅଣଦେଖା କରିଥିବା ଦଳ କହିଆସୁଛି ।

ଭାରତ-ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିକୁ ଭାରତ ପାଇଁ ଏକ ଅଗ୍ନିପରୀକ୍ଷା କହିବା ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ହତାଶାଭାବ ଏବଂ ଆତ୍ମସମର୍ପଣ’ ଦ୍ୱାରା ଦେଶ ଏହା ଭୋଗୁଛି ବୋଲି କହିଛି। କଂଗ୍ରେସରେ ଯୋଗାଯୋଗ ଦାୟିତ୍ୱରେ ଥିବା ମହାସଚିବ ଜୟରାମ ରମେଶ ମଧ୍ୟ ଦାବି କରିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଦୁର୍ବଳ ଭାବମୂର୍ତ୍ତିକୁ ରକ୍ଷା କରିବା ପାଇଁ ଏତେ ହତାଶ ହୋଇ ନଥାନ୍ତେ ଏବଂ ଆଉ ମାତ୍ର ୧୮ ଦିନ ଅପେକ୍ଷା କରିଥାନ୍ତେ, ତେବେ ଭାରତୀୟ କୃଷକମାନେ ଯନ୍ତ୍ରଣା ଏବଂ ଦୁର୍ଦଶାରୁ ରକ୍ଷା ପାଇଥାନ୍ତେ ଏବଂ ଭାରତୀୟ ସାର୍ବଭୌମତ୍ୱ ସୁରକ୍ଷିତ ରହିଥାନ୍ତା। ଏହାପୂର୍ବରୁ ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଭାରତ ସରକାର କାହିଁକି ଆମେରିକା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ଅପେକ୍ଷା କଲେ ନାହିଁ ଓ ଏହି ଚୁକ୍ତି ସ୍ବାକ୍ଷରିତ କଲେ ବୋଲି ପ୍ରଶ୍ନ କରିଛନ୍ତି। ପ୍ରିୟଙ୍କା ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଶୁଳ୍କ ୧୦% ରହିଥିବାବେଳେ ଭାରତକୁ ଆମେରିକାର ଆମଦାନୀ ୦% ରହିଛି। ବ୍ରାଜିଲ ସର୍ବାଧିକ ଶୁଳ୍କ ଆଦାୟକାରୀ ରାଷ୍ଟ୍ର ମଧ୍ୟରେ ଥିବା ସତ୍ତ୍ୱେ ଏହାର ବାଣିଜ୍ୟ ସାର୍ବଭୌମତ୍ୱ ବଜାୟ ରଖିଲା ଓ ଆମେରିକା ଚାପ ଆଗରେ ନଇଁଲା ନାହିଁ ବୋଲି କହି ପ୍ରିୟଙ୍କା ଏହାର ପ୍ରଶଂସା କରିଥିଲେ ।

ଅଧିକ ପଢ଼ନ୍ତୁ---ରୁଷକୁ ବିଶ୍ବାସ ନାହିଁ: ସୀମାରେ ଲାଣ୍ଡମାଇନ୍ ବିଛାଇବାକୁ ଘୋଷଣା କଲା ପୋଲାଣ୍ଡ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe