କନକ ବ୍ୟୁରୋ : ଓଡ଼ିଶାରେ କଂଗ୍ରେସ ପାଇଁ ବଡ଼ ସମ୍ଭାବନା ରହିଛି । ଏକଥା ଅନୁଭବ ପରେ ଓଡ଼ିଶା ଉପରେ ସ୍ବତନ୍ତ୍ର ନଜର ଦେଉଛନ୍ତି ରାହୁଲ ଗାନ୍ଧୀ । ଏଥିପାଇଁ ‘ସୃଜନ’ ବୈଠକରେ ସଙ୍ଗଠନକୁ ମଜଭୁତ କରିବାକୁ ରାଜ୍ୟ ନେତାଙ୍କୁ ଦେଇଛନ୍ତି ଆହ୍ୱାନ । ସୋମବାର ଦିଲ୍ଲୀ ଇନ୍ଦିରା ଭବନରେ ବସିଥିବା ବୈଠକରେ ରାହୁଲ ଗାନ୍ଧୀ ରାଜ୍ୟନେତାଙ୍କୁ ପରାମର୍ଶ ଦେବା ଛଳରେ କହିଛନ୍ତି,ଦଳୀୟ ମୁଖ୍ୟାଳୟରେ ବସି ଜିଲ୍ଲା ସଭାପତି ବାଛିବା ବନ୍ଦ କର । ଏଣିକି ସଙ୍ଗଠନରେ ସୁପାରିସ ଆଉ ଚାଲିବ ନାହିଁ । ସେପ୍ଟେମ୍ବର ୨ ରେ ଓଡ଼ିଶା ଆସି ଜିଲ୍ଲା ବୁଲିବେ ଏଆଇସିସିର ୩୫ ଜଣ ପର୍ଯ୍ୟବେକ୍ଷକ । ୧୪ ସୁଦ୍ଧା ଏଆଇସିସିକୁ ଦେବେ ୬ଟି ସମ୍ଭାବ୍ୟ ନାମ । ହାଇକମାଣ୍ଡ ବାଛିବେ ଜିଲ୍ଲା ସଭାପତି । ରାଜ୍ୟ ସଭାପତି ଭଳି ଜିଲ୍ଲା ସଭାପତିଙ୍କୁ ସଶକ୍ତ କରାଯିବ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସେମାନଙ୍କ ଭାଗିଦାରୀ ରହିବ । ଦିଲ୍ଲୀରୁ ଆସୁଥିବା ପର୍ଯ୍ୟବେକ୍ଷକମାନେ କେମିତି ବାଛିବେ ଜିଲ୍ଲା ସଭାପତି, ଏଥିପାଇଁ ଜାରି ହୋଇଛି ନିୟମାବଳୀ ।
ଜିଲ୍ଲା ସଭାପତି ଚୟନ ନିୟମାବଳୀ
- ଗସ୍ତ ବେଳେ କୌଣସି ସ୍ଥାନୀୟ ନେତାଙ୍କର ପ୍ରଭାବରେ ଆସିବେନି ପର୍ଯ୍ୟବେକ୍ଷକ
- ବିନା ଚାପରେ ଜିଲ୍ଲା ଗସ୍ତ କରିବେ
- ସବୁ ବର୍ଗର ଲୋକଙ୍କ ସହ କଥା ହୋଇ ସୁସଙ୍ଗଠକ ଓ ଦଳ ପ୍ରତି ଆନୁଗତ୍ୟ ନେତାଙ୍କ ନାଁ ସୁପାରିସ ହେବ
- ପ୍ରତି ଜିଲ୍ଲାରୁ ଅନୁସୂଚିତ ଜାତି, ଜନଜାତି, ଦଳିତ, ସାଧାରଣ ବର୍ଗ ଓ ମହିଳା ଏଭଳି ୬ଟି ବର୍ଗରୁ ନାମ ଚୟନ କରି ଏଆଇସିସିକୁ ପଠାଇବେ
- ଏହାସହ ପ୍ରତି ବ୍ଲକକୁ ଯାଇ ରିପୋର୍ଟ ପ୍ରସ୍ତୁତ କରିବେ ପର୍ଯ୍ୟବେକ୍ଷକ
ଦଳକୁ ସଂଗଠିତ କରିବା ସହ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ରାହୁଲ । ଭକ୍ତଙ୍କ ନେତୃତ୍ବରେ ରାଜ୍ୟରେ ଏବେ ହାତ ବଳ ଗୋଟାଉଥିବା ବେଳେ ରାହୁଲଙ୍କ ଏହି ମନ୍ତ୍ର ଦଳୀୟ ନେତାଙ୍କ ଭିତରେ ଜୋଶ୍ ଭରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/08/26/rahul-2025-08-26-20-40-18.jpg)