ମହିଳାଙ୍କୁ ମାସିକ ୨୫ଶହ ଟଙ୍କା, ସମସ୍ତଙ୍କ ପାଇଁ ୨୫ ଲକ୍ଷର ଜୀବନ ବୀମା ; ଦିଲ୍ଲୀରେ କଂଗ୍ରେସ ଘୋଷଣା କଲା ନିର୍ବାଚନୀ ଇସ୍ତାହାର

କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ଦିଲ୍ଲୀବାସୀଙ୍କୁ ୫ ଗ୍ୟାରେଣ୍ଟି । ସରକାର ଗଢ଼ିଲେ ମହିଳାଙ୍କୁ ମାସିକ ମିଳିବ ୨୫ଶହ ଟଙ୍କା,ସମସ୍ତଙ୍କ ପାଇଁ ୨୫ଲକ୍ଷ ପର୍ୟ୍ୟନ୍ତ ଜୀବନବୀମା । କୃତି ବିଦ୍ୟାର୍ଥୀଙ୍କୁ ୮ହଜାର ୫ଶହ ସ୍କଲାରସିଫ, ରାସନ କିଟ ସାଙ୍ଗକୁ ମାଗଣା ଗ୍ୟାସ।୩ଶହ ୟୁନିଟର ମାଗଣା ବିଜୁଳି । କଂଗ୍ରେସର ପାଞ୍ଚ ଗ୍ୟାରେଣ୍ଟି

କଂଗ୍ରେସ ଇସ୍ତାହାର

କଂଗ୍ରେସ ଇସ୍ତାହାର Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ଉତ୍ତେଜନା ମଧ୍ୟରେ କଂଗ୍ରେସ ନିଜର ଇସ୍ତାହାର ଜାରି କରିଛି । କଂଗ୍ରେସ ନିଜ ଇସ୍ତାହାରରେ ମହିଳା ଓ ଯୁବକଙ୍କ ପାଇଁ ଅନେକ ପ୍ରତିଶ୍ରୁତି ଦେଇଛି । ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଦିଆଯିବ ବୋଲି କଂଗ୍ରେସ କହିଛି । କଂଗ୍ରେସ ଇସ୍ତାହାରରେ ଓ୍ଵାକଫ୍ ବୋର୍ଡ ପାଇଁ ସବୁଠାରୁ ବଡ଼ ଘୋଷଣା କରାଯାଇଛି।

କଂଗ୍ରେସ ଇସ୍ତାହାରରେ କୁହାଯାଇଛି ଯେ ସେମାନେ ଏକ ୱାକଫ୍ ବୋର୍ଡ ଗଠନ କରିବେ ଏବଂ ଇମାମମାନଙ୍କୁ ଠିକ୍ ସମୟରେ ଭତ୍ତା ଦେବେ । ସଂଖ୍ୟାଲଘୁଙ୍କ ଉପରେ ଗୁରୁତ୍ୱ ଦିଆଯିବ ବୋଲି କଂଗ୍ରେସ ନିଜ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି । ୧୦୦ ଟି ଇନ୍ଦିରା କ୍ୟାଣ୍ଟିନ ଖୋଲିବା ସହ ୫ ଟଙ୍କାରେ ଖାଦ୍ୟ ଯୋଗାଇବାକୁ କହିଛି କଂଗ୍ରେସ। 

କଂଗ୍ରେସ ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି । ପ୍ରତି ମାସରେ ୫ କେଜି ଚାଉଳ, ୨ କେଜି ଚିନି, ୧ କେଜି ରୋଷେଇ ତେଲ, ୬ କେଜି ଡାଲି, ୨୫୦ ଗ୍ରାମ ଚା' ପତ୍ର ଓ ମାଗଣା ରାସନ କିଟ୍ ଦିଆଯିବ ବୋଲି ଦଳ କହିଛି। ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଦିଆଯିବ। ଆମେ କର୍ଣ୍ଣାଟକରେ ଏହି ଯୋଜନା କାର୍ୟ୍ୟକାରୀ କରିଛୁ, ଦିଲ୍ଲୀରେ ମଧ୍ୟ କରିବୁ ।

ଦିଲ୍ଲୀର ସମସ୍ତ ବାସିନ୍ଦାଙ୍କୁ ୨୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି । ଏଥିରେ ମାଗଣା ଔଷଧ ଓ ପରୀକ୍ଷା ମଧ୍ୟ ରହିବ। ସରକାରୀ ହେଉ କି ବେସରକାରୀ ସମସ୍ତ ବେକାର ଯୁବକଯୁବତୀଙ୍କୁ କଂଗ୍ରେସ ଏକ ବର୍ଷର ଆପ୍ରେଣ୍ଟିସିପ୍ ପ୍ରଦାନ କରିବ ଏବଂ ଏହି ସମୟରେ ସେମାନଙ୍କୁ ମାସିକ ୮,୫୦୦ ଟଙ୍କା ମିଳିବ । କର୍ଣ୍ଣାଟକରେ ଏହି ଯୋଜନା କାର୍ୟ୍ୟକାରୀ ହୋଇଛି ,  ଦିଲ୍ଲୀରେ ମଧ୍ୟ ହେବ ବୋଲି କହିଛି କଂଗ୍ରେସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe