କଂଗ୍ରେସ ସମାବେଶ ଗଣ୍ଡଗୋଳ ଘଟଣା । ୩ଟି ମାମଲାରେ ଗିରଫ ହେବେ ଆନ୍ଦୋଳନକାରୀ । ଗୁରୁବାର ଗାନ୍ଧୀମାର୍ଗରେ କଂଗ୍ରେସ ସମାବେଶରେ ହୋଇଥିବା ଗଣ୍ଡଗୋଳକୁ ନେଇ କମିଶନରେଟ୍ ପୋଲିସ ୩ ଟି ମାମଲା ରୁଜୁ କରିଛି । କ୍ୟାପିଟାଲ ଥାନାରେ ହୋଇଥିବା ୩ଟି ମାମଲା କେସ୍ ନଂ-୧୨୮, ୧୨୯ ଓ ୧୩୦ରେ ସମ୍ପୃକ୍ତ ବିକ୍ଷୋଭକାରୀଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଜଣାପଡିଛି । ତେବେ ବର୍ତ୍ତମାନ ଲୋୟର ପିଏମଜିରେ ହିଂସାକାଣ୍ଡ ଘଟଣାକୁ ନେଇ ଧାରଣାସ୍ଥଳରୁ ସିସିଟିଭି ଫୁଟେଜରୁ ବହୁତ ଗୁଡିଏ ପ୍ରମାଣ ମିଳିଛି ଓ ଧରପଗଡ଼ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି ଓ ଏହି ଘଟଣାରେ ମିର୍ଜା ଇସଲାମ୍ ବାଗଙ୍କୁ ଗିରଫ କରାଯାଇଛି । ମିର୍ଜାଙ୍କ ନାଁରେ ପୂର୍ବରୁ ରହିଛି ମାଳମାଳ ମାମଲା ଯେଉଁଥିରେ ଠକେଇ ମାମଲା ମଧ୍ୟ ସମ୍ପୃକ୍ତ ହୋଇରହିଛି । ଏହାକୁ ନେଇ ଭୁବନେଶ୍ବର ଡିସିପି ଜଗମୋହନ ମୀନା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।
/kanak/media/media_files/2025/03/29/t9IcPOE7Rjc78UOrBLkT.jpg)
୨୬ ତାରିଖ ରାତିରେ ବିଧାନସଭା ଗେଟ୍ ନଂ-୩ରେ କଂଗ୍ରେସ ନେତା ଓ କର୍ମୀଙ୍କ ଧାରଣାକୁ ନେଇ କ୍ୟାପିଟାଲ ଥାନାରେ ପୁଲିସ୍ କେସ୍ ନଂ-୧୨୮ରେ ମାମଲା ରୁଜୁ କରିଛି । ବିଏନଏସ ଧାରା୧୮୯(୨)/୨୨୧/୨୯୬/୧୩୨/୧୯୦ ସହ ୯୬ ଓୟୁପି ଆକ୍ଟ ଲଗାଇ ପୋଲିସ ମାମଲା ରୁଜୁ କରିଛି । ସେହିପରି ୨୭ ତାରିଖ ଦିନ କଂଗ୍ରେସ ପକ୍ଷରୁ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ କିଛି ବିକ୍ଷୋଭକାରୀ ପୋଲିସ ଭ୍ୟାନରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାକୁ ନେଇ କେସ୍ ନଂ ୧୨୯ ଓ ବିଏନଏସ ଧାରା ୩୨୭ରେ ମାମଲା ରୁଜୁ ହୋଇଛି । ଏତଦବାଦ୍ ବିକ୍ଷୋଭକାରୀମାନେ ବିକ୍ଷୋଭ ସମୟରେ କାର୍ଯ୍ୟରତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଟେକା, ପଥର, ଚେୟାର, ପାଣିବୋତଲ ମାଡ଼ କରିଥିଲେ । ଏହାକୁ ନେଇ ମଧ୍ୟ ବିଏନଏସର ବିଭିନ୍ନ ଧାରାରେ ପୋଲିସ ମାମଲା ରୁଜୁ କରିଛି ।
କି’କି ଦଫା ଲଗାଇଛି ପୋଲିସ୍?
-କଂଗ୍ରେସ ସମାବେଶରେ ଗଣ୍ଡଗୋଳ ମାମଲା
-୩ଟି ମାମଲାରେ ଗିରଫ ହେବେ ଆନ୍ଦୋଳନକାରୀ
-କେସ ନଂ-୧୨୮, ୧୨୯ ଓ ୧୩୦ରେ ୩ଟି ମାମଲା ରୁଜୁ
-ସିସିଟିଭି ଓ ଭିଡ଼ିଓ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରୁଛି ପୋଲିସ
-ବିଧାନସଭା ଗେଟ୍ ନଂ-୩ ରେ କଂଗ୍ରେସ ନେତା ଓ କର୍ମୀଙ୍କ ଧାରଣାକୁ ନେଇ ମାମଲା
-ଧାରା୧୮୯(୨)/୨୨୧/୨୯୬/୧୩୨/୧୯୦ରେ ମାମଲା
-୯୬ ଓୟୁପି ଆକ୍ଟ ଲଗାଇ ପୋଲିସ ମାମଲା ରୁଜୁ କରିଛି
ପୁଲିସ ଭ୍ୟାନରେ ନିଆଁ ଲଗାଇବା ଘଟଣାରେ ବିଏନଏସ ଧାରା ୩୨୭ରେ ମାମାଲା ରୁଜୁ ହୋଇଛି । ସେପଟେ ଏହି ସମାବେଶରେ କଂଗ୍ରେସ କର୍ମୀଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ଆଇନଜୀବୀ । ପୋଲିସ ଡିଜି , ସିପି ଓ ଡିସିପିଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଆବେଦନ କରାଯାଇଛି । ପଦର ଅପବ୍ୟବହାର କରିଥିବା ଅଭିଯୋଗ ଆହତଙ୍କ ଖର୍ଚ୍ଚ ସରକାର ବହନ କରିବା ପାଇଁ ମାନବାଧିକାର କମିଶନଙ୍କ ପାଖରେ ଦାବି ରଖିଛନ୍ତି ଦୁଇ ଆଇନଜୀବୀ ସୌମ୍ୟକାନ୍ତ ଖୁଣ୍ଟିଆ ଓ ଲଲାଟେନ୍ଦୁ ଦାସ ।