କନକ ବ୍ୟୁରୋ: ବଳଙ୍ଗା ପୀଡିତାଙ୍କ ମୃତ୍ୟୁର କିଛି ସମୟ ପରେ ଡିଜି ପୁଲିସଙ୍କ ଆକାଉଣ୍ଟରୁ ଟ୍ୱିଟ କରାଯାଇଛି କେହି ସମ୍ପୃକ୍ତି ନାହାନ୍ତି ବୋଲି । ପୁଲିସ ଗୋଟିଏ ପକ୍ଷ ଭାବେ କାମ କରିଛି । ପୁରୀ ଏସପି ପୂର୍ଵରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛୁ ବୋଲି କହୁଥିଲେ । ଏହାକୁ ଖୁଲାସା କରିବା ଆବଶ୍ୟକତା ଥିଲା । ତଦନ୍ତ ଚାଲିଥିବା ବେଳେ କୌଣସି ତଥ୍ୟ ଗଣମାଧ୍ୟମକୁ ଆସିବା କଥା । ହେଲେ ପୁଲିସର ଟ୍ୱିଟ କାହା ସ୍ୱାର୍ଥରେ? ପୁଲିସ ବିଏନଏସ ଆଧାରରେ ନୁହେଁ ସରକାରଙ୍କ ଇଙ୍ଗିତରେ କାମ କରୁଛି । ପୁଲିସ ବଳଙ୍ଗା ମାମଲାକୁ ଚାପିବାକୁ ଉଦ୍ୟମ କରୁଛି ।

Advertisment

ରାଜ୍ୟରେ ନାରୀ ଜଳୁଛି । ଗତକାଲି କେନ୍ଦ୍ରାପଡ଼ା ଘଟଣାରେ କେବଳ ଆଇଆଇସିଙ୍କୁ ବଦଳି କରାଯାଇଛି । ପୁଲିସର ଅବହେଳା ଜଣା ପଡ଼ିଥିଲେ ସୁଦ୍ଧା କାହିଁକି ତାଙ୍କ ବିରୋଧରେ ବଡ଼ ଆକ୍ସନ ହୋଇ ନାହିଁ? ଆଇଆଇସିଙ୍କୁ ନିଲମ୍ବନ କରି ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଉ । ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଦାବିରେ ଆସନ୍ତା କାଲି ଡିଜି କାର୍ଯ୍ୟାଳୟ ଘେରାଉ କରିବ କଂଗ୍ରେସ । ଆସନ୍ତା 10ରେ ବଳଙ୍ଗା ପୀଡିତାଙ୍କ ପାଇଁ ନାରୀ ନ୍ୟାୟ ପଦ ଯାତ୍ରା କରାଯିବ । ସେହିପରି ଆସନ୍ତା 14 ଅଗଷ୍ଟରେ ସୌମ୍ୟଶ୍ରୀ ପାଇଁ ଏଫ ଏମ କଲେଜରୁ ନାରୀ ନ୍ୟାୟ ପଦଯାତ୍ରା କରାଯିବ ।