କନକ ବ୍ୟୁରୋ: ଦିଲ୍ଲୀରେ ଦୀର୍ଘ ବର୍ଷ ହେଲା କ୍ଷମତାରୁ ବାହାରେ ଥିବା କଂଗ୍ରେସ ଏଥର ମହିଳା ଭୋଟରଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଚେଷ୍ଟା କରିଛି । ଏଥିପାଇଁ ଦଳ ପକ୍ଷରୁ ମହିଳାମାନଙ୍କ ପାଇଁ ପ୍ରିୟ ଦିଦି ଯୋଜନା ଲାଗୁ ହେବ ବୋଲି କୁହାଯାଇଛି । ଏହି ଯୋଜନା ଅଧୀନରେ କଂଗ୍ରେସ କ୍ଷମତାକୁ ଆସିବା କ୍ଷଣି ଦିଲ୍ଲୀର ପ୍ରତିଟି ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଲେଖାଏଁ ଦେବ ବୋଲି ପ୍ରତିଶ୍ରୁତି ଦେଇଛି । କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହି ଯୋଜନା ସମ୍ପର୍କରେ ଘୋଷଣା କରିବା ସହ କଂଗ୍ରେସ ଦିଲ୍ଲୀରେ ନିଶ୍ଚିତ ଭାବେ କ୍ଷମତା ଦଖଲ କରିବ ବୋଲି କହିଛନ୍ତି । ସେ କହିଛନ୍ତି, “ଆମେ ଦିଲ୍ଲୀରେ ସରକାର ଗଠନ କରିବା ମାତ୍ରେ ଏହି ଯୋଜନାକୁ କାର୍ୟ୍ୟକାରୀ କରିବୁ । ପ୍ରଥମ ପ୍ରାୟ ସମାନ ଯୋଜନା ଦିଲ୍ଲୀରେ ଲାଗୁ କରିବା ପାଇଁ ଆପର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିଲେ । କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନାରେ ମହିଳାଙ୍କ ମାସିକ ଆର୍ଥିକ ସହାୟତା ଦିଆଯିବ ବୋଲି କହିଥିଲେ । ମହିଳାଙ୍କୁ ନିର୍ବାଚନ ପରେ ଏହି ଯୋଜନାରେ ମିଳୁଥିବା ୧ ହଜାର ଟଙ୍କାକୁ ୨୧୦୦କୁ ବୃଦ୍ଧି କରାଯିବ ବୋଲି ସେ ଘୋଷଣା କରିଥିଲେ । ଏବେ କଂଗ୍ରେସ ମଧ୍ୟ ମହିଳା ଭୋଟରଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ପ୍ରିୟ ଦିଦି ଯୋଜନା ଲାଗୁ କରିବ ବୋଲି କହିଛି