ବିଧାନସଭାରେ ବିଶୃଙ୍ଖଳା, ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ ; କଂଗ୍ରେସର ୧୨ ବିଧାୟକ ନିଲମ୍ବିତ

Advertisment

ବିଧାନସଭାରେ ଯେଉଁ ପ୍ରତିବାଦ ତରିକାକୁ ନେଇ କଂଗ୍ରେସ ଗଣମାଧ୍ୟମରେ ଚର୍ଚ୍ଚା ସାଉଁଟିଥିଲା, ତାହା ଏବେ ଦଳର ବିଧାୟକଙ୍କ ପାଇଁ ବୁମେରାଂ ହୋଇଛି । କଂଗ୍ରେସର ୧୪ ବିଧାୟକଙ୍କ ମଧ୍ୟରୁ ୧୨ ବିଧାୟକଙ୍କୁ ନିଲମ୍ବିତ କରି ଗୃହ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

ବିଧାନସଭାରେ ଯେଉଁ ପ୍ରତିବାଦ ତରିକାକୁ ନେଇ କଂଗ୍ରେସ ଗଣମାଧ୍ୟମରେ ଚର୍ଚ୍ଚା ସାଉଁଟିଥିଲା, ତାହା ଏବେ ଦଳର ବିଧାୟକଙ୍କ ପାଇଁ ବୁମେରାଂ ହୋଇଛି । କଂଗ୍ରେସର ୧୪ ବିଧାୟକଙ୍କ ମଧ୍ୟରୁ ୧୨ ବିଧାୟକଙ୍କୁ ନିଲମ୍ବିତ କରି ଗୃହ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

କଂଗ୍ରେସର ୧୨ ବିଧାୟକ ନିଲମ୍ବିତ

କଂଗ୍ରେସର ୧୨ ବିଧାୟକ ନିଲମ୍ବିତ Photograph: (KanakNews )

କନକ ବ୍ୟୁରୋ: ବିଧାନସଭାରେ ଯେଉଁ ପ୍ରତିବାଦ ତରିକାକୁ ନେଇ କଂଗ୍ରେସ ଗଣମାଧ୍ୟମରେ ଚର୍ଚ୍ଚା ସାଉଁଟିଥିଲା, ତାହା ଏବେ ଦଳର ବିଧାୟକଙ୍କ ପାଇଁ ବୁମେରାଂ ହୋଇଛି । କଂଗ୍ରେସର ୧୪ ବିଧାୟକଙ୍କ ମଧ୍ୟରୁ ୧୨ ବିଧାୟକଙ୍କୁ ନିଲମ୍ବିତ କରି ଗୃହ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

  • କଂଗ୍ରେସର ୧୨ ବିଧାୟକ ନିଲମ୍ବିତ
  • ବିଧାନସଭାରେ ବିଶୃଙ୍ଖଳା, ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ

ବିଧାନସଭାରେ ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରାଯିବନି । କିଛି ଏଭଳି ଆଭିମୁଖ୍ୟ ସହ କଂଗ୍ରେସର ୧୨ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ସୁରମା ପାଢୀ ।  ତାରା ବାହିନୀପତି ଓ ରମେଶ ଜେନାଙ୍କୁ ଛାଡି, ବିଧାୟକ ଦଳ ନେତାଙ୍କ ସମେତ ବାକି ସମସ୍ତ କଂଗ୍ରେସ ବିଧାୟକ ହୋଇଛନ୍ତି ନିଲମ୍ବିତ । ଗୃହର ୭ଟି କାର୍ଯ୍ୟଦିବସରୁ ୧୨ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ନିୟମ ଉଲ୍ଲଂଘନ ପାଇଁ ନିଲମ୍ବିତ ହୋଇଛନ୍ତି କଂଗ୍ରେସ ବିଧାୟକ ।

ମହିଳା ସୁରକ୍ଷା ପ୍ରସଙ୍ଗରେ ଗତ କିଛି ଦିନ ହେବ ଗୃହରେ ହ୍ବିସିଲ୍, ଘଣ୍ଟ, ତୁରୀ, ଝାଞ୍ଜ ବଜାଇ ପ୍ରତିବାଦ କରି ଆସୁଥିଲା କଂଗ୍ରେସ। ଯାହାଦ୍ବାରା ଗୃହକାର୍ଯ୍ୟ ସ୍ବାଭାବିକ ହୋଇପାରୁନଥିଲା। ବାଚସ୍ପତି ବାରମ୍ବାର ବୈଠକ ଡାକିଥିଲେ ମଧ୍ୟ ସୁଫଳ ମିଳିନଥିଲା। ଶେଷରେ କାର୍ଯ୍ୟାନୁଷ୍ଠାନ ନେଇ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରସ୍ତାବ ଗୃହରେ ପାରିତ ହେବା ପରେ ଚରମ ନିଷ୍ପତ୍ତି ନେଇଛନ୍ତି ବାଚସ୍ପତି। ଅନ୍ୟପଟେ କଂଗ୍ରେସ କହିଛି, ଗଣତନ୍ତ୍ରକୁ ହତ୍ୟା କରିଛି ଶାସକ ଦଳ। ନିଲମ୍ବିତ କଲେ ଡରିବୁନି ବରଂ ଲଢିବୁ ବୋଲି କହିଛନ୍ତି ତାରା।

୧୨ ବିଧାୟକଙ୍କ ନିଲମ୍ବନ ନିଷ୍ପତ୍ତିକୁ ଠିକ୍ ବୋଲି କହିଛି ଶାସକ ବିଜେପି। କଂଗ୍ରେସ ସଦସ୍ୟଙ୍କ ବିଶୃଙ୍ଖଳା ପାଇଁ ଗୃହ ଚାଲିପାରୁନଥିଲା। ତେଣୁ ଏଭଳି କାର୍ଯ୍ୟାନୁଷ୍ଠାନର ଆବଶ୍ୟକ ଥିଲା ବୋଲି ଶାସକ ଦଳ ବିଧାୟକ ଯୁକ୍ତି ବାଢିଛନ୍ତି। ଅନ୍ୟପଟେ କଂଗ୍ରେସ ବିଧାୟକଙ୍କ ଆଚରଣ ଗ୍ରହଣଯୋଗ୍ୟ ନୁହେଁ କିନ୍ତୁ ଶାସକ ଦଳର ନିଷ୍ପତ୍ତି ବିବାଦୀୟ ବୋଲି କହିଛି ବିଜେଡି।

ତେବେ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ଭିତରେ ପ୍ରଶ୍ନ ଉଠୁଛି, କାର୍ଯ୍ୟାନୁଷ୍ଠାନ ଆଳରେ ଗୃହରୁ ନିଲମ୍ବନ କଣ ସମସ୍ୟାର ସମାଧାନ? ବିରୋଧୀ ଦଳର ଦାବିକୁ ଶାସକ ଦଳ ମାନିବାରେ ଅସୁବିଧା କେଉଁଠି? ବିରୋଧୀ ମଧ୍ୟ ପ୍ରତିବାଦ ଆଳରେ ଗୃହରେ ଘଣ୍ଟ, ଝାଞ୍ଜ ବଜାଇବା କେତେଦୂର ଠିକ୍? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe