କନକ ବ୍ୟୁରୋ: ଦୀର୍ଘ ଦିନ ପରେ ପୁଣି ଚଳଚଞ୍ଚଳ ହୋଇ ଉଠିଛନ୍ତି ପ୍ରଦେଶ କଂଗ୍ରେସ କର୍ମୀ । ବିରୋଧୀ ଦଳ ନେତା ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି ତଥା ଅନ୍ୟ ରାଜନୈତିକ ଦଳର ନେତାଏ ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ଅଭିଯୋଗ କରିଛନ୍ତି କର୍ମୀ । ଏହାକୁ ବିରୋଧ କରି ପ୍ରଦେଶ କର୍ମୀ ଆଜି ରାଜଧାନୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ଆନ୍ଦୋଳନ କରିବା ସହ ଖାରବେଳନଗରରେ ଥାନାରେ ଏତଲା ଦେବେ କଂଗ୍ରେସ କର୍ମୀ । ଆଜି ଦେଶବ୍ୟାପୀ ଆନ୍ଦୋଳନ କରୁଛନ୍ତି  କର୍ମୀ । ଏଠାରେ ମହମ୍ମୋଦ ମୋକ୍କିମଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି  କଂଗ୍ରେସ ।