କନକ ବ୍ୟୁରୋ : ମଶା ପାଇଁ ଆନ୍ଦୋଳନ । କଟକ ସହରରେ ନିଦ ହଜାଇ ଦେଲେଣି ମଶା । ଡ୍ରେନ ଗୁଡିକ ସଫା ହେଉନି କିମ୍ବା ଡ୍ରେନରେ ମଶାମରା ତେଲ ପଡୁନି । ଏମିତିକି କିଛି ଅଭିଯୋଗ କରି କଟକ ନଗର କଂଗ୍ରେସ କର୍ମୀ ରାସ୍ତାରେ ମଶାରି ଟାଣି ନିଆରା ପ୍ରତିବାଦ କରିଛନ୍ତି । ମଶା ନିୟନ୍ତ୍ରଣରେ କଟକ ମହାନଗର ନିଗମର ଅପାରଗତା ରହିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଥାନାରେ ସିଏମସି କମିଶନରଙ୍କ ନାଁରେ ଏତଲା ଦିଆଯାଇଛି । ମଶାମରା ତେଲ ଓ ଡ୍ରେନ୍ ସଫେଇ ଟଙ୍କା ସିଏମସି କର୍ତ୍ତୃପକ୍ଷ ହରିଲୁଟ୍ କରିଥିବା କଟକ ନଗର କଂଗ୍ରେସ କର୍ମୀ ଅଭିଯୋଗ ଆଣିଛନ୍ତି ।
ମଶା ପାଇଁ ପ୍ରତିବାଦ ; ରାସ୍ତାରେ ମଶାରୀ ଟାଙ୍ଗି ସମସ୍ୟା ଜଣାଇଲେ କଂଗ୍ରେସ କର୍ମୀ
ମଶା ପାଇଁ କଟକରେ ନଗର କଂଗ୍ରେସ କର୍ମୀଙ୍କ ନିଆରା ପ୍ରତିବାଦ । ରାସ୍ତାରେ ମଶାରି ଟାଣି ସିଏମସି କର୍ତ୍ତୃପକ୍ଷଙ୍କ ବିରୋଧରେ ଗର୍ଜନ । ମଶାମରା ତେଲ ଓ ଡ୍ରେନ୍ ସଫେଇ ଟଙ୍କା ହରିଲୁଟ୍ ଅଭିଯୋଗ
/kanak/media/media_files/2024/12/10/1jwPsVEXRlqUXq9eN31f.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)