କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ । ତାଙ୍କୁ ବେଙ୍ଗାଲୁରୁର MS ରମୈୟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂତ୍ର ଅନୁଯାୟୀ, ବାରମ୍ବାର ଜ୍ୱର ହେବାପରେ ଖଡ୍ଗେଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଥିଲା । ମଙ୍ଗଳବାର ବିଳମ୍ବିତ ରାତିରେ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତରୀ ଟିମ୍ ତୁରନ୍ତ ତାଙ୍କର ପରୀକ୍ଷା କରିଥିଲେ।
ସୂଚନା ଅନୁସାରେ ଖଡ୍ଗେଙ୍କ ଅବସ୍ଥା ସ୍ଥିର ନହେବା ପର୍ଯ୍ୟନ୍ତ ତାଙ୍କୁ ନିରୀକ୍ଷଣରେ ରଖାଯିବ । ଖଡ୍ଗେଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବା ଖବର ସାରା ଦେଶରେ କଂଗ୍ରେସ କର୍ମୀ ତଥା ସମର୍ଥକଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି । ଦଳର ବରିଷ୍ଠ ନେତାମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।