କନକ ବ୍ୟୁରୋ: କଂଗ୍ରେସର ଜାତୀୟ ମୁଖପାତ୍ର ସୁପ୍ରିୟା ଶ୍ରୀନେଟଙ୍କ ସାମ୍ବାଦିକ ସମ୍ମିଳନୀ । ଓଡ଼ିଶାରେ ମହିଳା ଅସୁରକ୍ଷିତ କହି ବିଜେପି ସରକାରକୁ ଘେରିଲେ ସୁପ୍ରିୟା । କହିଲେ ରାଜ୍ୟରେ ନାରୀ ସୁରକ୍ଷା ଗୋଟେ ବଡ଼ ପ୍ରସଙ୍ଗ । ଏଠି ସୁଭଦ୍ରାଙ୍କୁ ପୂଜା କରାଯାଉଛି କିନ୍ତୁ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ରାଜ୍ୟରେ ମହିଳା ଅସୁରକ୍ଷିତ ଏକଥା ଆମେ କହୁନୁ ଏ କଥା ସରକାରଙ୍କ ଡାଟା କହୁଛି । ଏଠି ଉପମୁଖ୍ୟମନ୍ତ୍ରୀ ମହିଳା, ବାଚସ୍ପତି ମହିଳା କିନ୍ତୁ କେହି ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣାରେ ମୁହଁ ଖୋଲୁ ନାହାଁନ୍ତି । ସୁଭଦ୍ରା ଯୋଜନାର କିଛି ଲାଭ ନାହିଁ ଯଦି ମହିଳାଙ୍କୁ ହିଁ ସରକାର ସୁରକ୍ଷା ଦେଇ ପାରିବେନି । ସେଥିପାଇଁ ଆମେ ୨୭ ତାରିଖରେ ବିଧାନସଭା ଘେରିବୁ । ଶୋଇଥିବା ସରକାରକୁ ନିଦରୁ ଉଠେଇବୁ ବୋଲି କହିଛନ୍ତି ସୁପ୍ରିୟା ଶ୍ରୀନେଟ୍ । ପ୍ରଭୁ ଜଗନ୍ନାଥଙ୍କ ମାଟିରେ ବିଜେପି ଏଠି ଧୃତରାଷ୍ଟ୍ର ପାଲଟି ଯାଇଥିବା କହିଛନ୍ତି କଂଗ୍ରେସ ମୁଖପାତ୍ର ।
ବିଜେପିକୁ ଘେରିଲେ କଂଗ୍ରେସ ଜାତୀୟ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ୍: ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଲେ ଟାର୍ଗେଟ୍
କଂଗ୍ରେସର ଜାତୀୟ ମୁଖପାତ୍ର ସୁପ୍ରିୟା ଶ୍ରୀନେଟଙ୍କ ସାମ୍ବାଦିକ ସମ୍ମିଳନୀ । ଓଡ଼ିଶାରେ ମହିଳା ଅସୁରକ୍ଷିତ କହି ବିଜେପି ସରକାରକୁ ଘେରିଲେ ସୁପ୍ରିୟା । କହିଲେ ରାଜ୍ୟରେ ନାରୀ ସୁରକ୍ଷା ଗୋଟେ ବଡ଼ ପ୍ରସଙ୍ଗ ।
/kanak/media/media_files/2025/03/25/6XvCd7T1XAclH0hiJCzd.jpg)