ଘଣ୍ଟ ବଜେଇଲେ, ପ୍ରତିବାଦ କଲେ; ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ନିଆରା ପ୍ରତିବାଦ

Advertisment

ବିଧାନସଭାରେ ବାଜିଲା ଘଣ୍ଟ । ବିଧାନସଭାକୁ ମୁଲତବି ଘୋଷଣା କଲେ ବାଚସ୍ପତି । ଆଜି ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଚାଲିପାରିନି ବିଧାନସଭା । ଆଉ ବିଧାନସଭାରେ ଦେଖିବାକୁ ମିଳିଛି ବିରୋଧୀଙ୍କ ନିଆରା ପ୍ରତିବାଦ ।

ବିଧାନସଭାରେ ବାଜିଲା ଘଣ୍ଟ । ବିଧାନସଭାକୁ ମୁଲତବି ଘୋଷଣା କଲେ ବାଚସ୍ପତି । ଆଜି ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଚାଲିପାରିନି ବିଧାନସଭା । ଆଉ ବିଧାନସଭାରେ ଦେଖିବାକୁ ମିଳିଛି ବିରୋଧୀଙ୍କ ନିଆରା ପ୍ରତିବାଦ ।

ଘଣ୍ଟ ବଜେଇଲେ, ପ୍ରତିବାଦ କଲେ

ଘଣ୍ଟ ବଜେଇଲେ, ପ୍ରତିବାଦ କଲେ Photograph: (KanakNews )

କନକ ବ୍ୟୁରୋ: ବିଧାନସଭାରେ ବାଜିଲା ଘଣ୍ଟ । ବିଧାନସଭାକୁ ମୁଲତବି ଘୋଷଣା କଲେ ବାଚସ୍ପତି । ଆଜି ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଚାଲିପାରିନି ବିଧାନସଭା । ଆଉ ବିଧାନସଭାରେ ଦେଖିବାକୁ ମିଳିଛି ବିରୋଧୀଙ୍କ ନିଆରା ପ୍ରତିବାଦ । କଂଗ୍ରେସ ବିଧାୟକମାନେ କଳାସାର୍ଟ ଆଉ କଳାବ୍ୟାଚ୍ ପିନ୍ଧିବା ସହିତ ଘଣ୍ଟ ବଜେଇ ପ୍ରତିବାଦ କରିଛନ୍ତି । ତେବେ ବିରୋଧୀ ସଦସ୍ୟଙ୍କ ପ୍ରତିବାଦକୁ ବିଧାନସଭା ଲାଇଭ୍ ଷ୍ଟ୍ରିମିଂରେ ନ ଦେଖାଇବା ଏବଂ ପକ୍ଷପାତିତା ଅଭିଯୋଗ ଆଣି ବିଜେଡି ପ୍ରତିବାଦ କରିଛି । ସେହିପରି କଂଗ୍ରେସ ନାରୀ ସୁରକ୍ଷା ପ୍ରସଙ୍ଗରେ ଗୃହରେ ହୋହାଲ୍ଲା କରିଛି । ଖାସ୍ କରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ଏହି ପ୍ରତିବାଦର ନେତୃତ୍ୱ ନେଇଛନ୍ତି । ତାରା ନିଜେ ଆଗରେ ରହି, ଘଣ୍ଟ ବଜେଇ ବିଧାନସଭାରେ ପ୍ରତିବାଦ କରିଛନ୍ତି । ଯାହାଫଳରେ ବାଚସ୍ପତି ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବି କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe