କନକ ବ୍ୟୁରୋ: ୧୨ କଂଗ୍ରେସ ବିଧାୟକଙ୍କୁ ସସପେଣ୍ଡ ପରେ ବିଧାନସଭା ଆଗରେ ହାଇଡ୍ରାମା ଦେଖିବାକୁ ମିଳିଛି । ଗୃହ ଭିତରେ କଂଗ୍ରେସ ବିଧାୟକ ଧାରଣାରେ ବସିଥିବାବେଳେ ବାହାରେ ତାତିଛନ୍ତି କଂଗ୍ରେସ । ପୁଲିସ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ବିଧାନସଭା ବାହାରେ ଏକାଠି ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ।
ପିସିସି ସଭାପତି ଭକ୍ତ ଚରଣ ଦାସ, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ଜୟଦେବ ଜେନା, ଶରତ ରାଉତ ବିଧାନସଭା ଆଗରେ ବରିଷ୍ଠ କଂଗ୍ରେସ ନେତା ଗୃହ ଭିତରକୁ ଯିବା ପାଇଁ ଜିଦ ଧରିଥିବାବେଳେ କଂଗ୍ରେସ କର୍ମୀ ରାସ୍ତାରେ ଧାରଣାରେ ବସିଥିଲେ । ଫଳରେ ପୁଲିସ-କଂଗ୍ରେସ କର୍ମୀ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ବିଏନଏସ ଧାରା ୧୬୩ ଧାରା ଲାଗୁ ହୋଇଥିଲା । ବିଧାନସଭା ଆଗରେ ପ୍ରାୟ ଦୁଇ ଘଣ୍ଟା ଧରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଗୃହ ଭିତରକୁ ଯିବା ପାଇଁ ବରିଷ୍ଠ ନେତା ଜିଦ୍ ଧରିଥିଲେ । ପୁଲିସ ପ୍ରଥମେ କଂଗ୍ରେସ କର୍ମୀ ଓ ପରେ ବରିଷ୍ଠ ନେତାଙ୍କୁ ଉଠାଇନେଇଥିଲା । ସାରା ରାତି ଧାରଣା ପରେ ଅସୁସ୍ଥ ହୋଇପଡିଛନ୍ତି କଂଗ୍ରେସ ବିଧାୟକ । ବରିଷ୍ଠ ବିଧାୟକ ତାରାବାହୀନୀ ପତି ଅସୁସ୍ଥ ହୋଇପଡିବାରୁ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/26/aIt9jpgm2lOCalIxIUer.jpg)