କନକ ବ୍ୟୁରୋ: ଧାରଣାରୁ ଉଠି ପୁଣି ଗର୍ଜିଲେ କଂଗ୍ରେସ ବିଧାୟକ । ଧାର୍ଯ୍ୟ ସୂଚୀ ଅନୁସାରେ ଆଜି ବିଧାନସଭା ଘେରିଛନ୍ତି ବିରୋଧୀ କଂଗ୍ରେସ । ଖାଲି ସେତିକି ନୁହେଁ ସବୁଠୁ ରୋଚକ ଦୃଶ୍ୟ ହେଉଛି କଂଗ୍ରେସ ବିଧାନସଭା ଘେରିବାକୁ ଯାଉଥିବାବେଳେ ତାଙ୍କ ସହ ଆସି ଏକାଠି ହୋଇଯାଇଛି ବିରୋଧୀ ବିଜେଡି। ବିଜେଡି ନେତାମାନେ ମିଶିଯିବା ପରେ ବିଧାନସଭା ଗେଟ୍ ଭିତରକୁ ଧସେଇ ପଶିଛନ୍ତି ବିରୋଧୀ। ଏହାସହ ବିଧାନସଭା ପରିସରରେ ଥିବା ବ୍ୟାରିକେଡ୍ ଭାଙ୍ଗିଦେଇଛନ୍ତି ବିଜେଡି ଓ କଂଗ୍ରେସ ବିଧାୟକ।
ଆଜି ଏକାଠି ହୋଇଯାଇଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ। ଏପରି ସ୍ଥଳେ ନିରୂପାୟ ପୋଲିସ ହୋଇପଡିଛି । ବିରୋଧୀ ଦଳ ବିଧାୟକ ବିଧାନସଭା ପରିସରରେ ଥିବା ବି. ଆର . ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବାକୁ ଯିବାବେଳେ ପୋଲିସ ବାଧାଦେବାରୁ ଏଭଳି ଅପ୍ରୀତିକର ପରିସ୍ଥିତି ଦେଖାଦେଇଛି । ବିଧାନସଭା ପରିସରରେ ଏଭଳି ଘଟଣା ପୂର୍ବରୁ କେବେବି ଦେଖିବାକୁ ମିଳିନଥିଲା । ଏହାକୁ ବିଭିନ୍ନ ମହଲରୁ କଡା ନିନ୍ଦା କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2025/03/26/4UaOxBW8j3zNfz6azoWx.jpg)