କନକବ୍ୟୁରୋ : କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ମାଡ। କଂଗ୍ରେସ ରାଲିରେ ନମସ୍କାର କରିବାକୁ ଆସି ବିଧାୟକ ତାରା ବାହିନୀପତିଙ୍କୁ ମାଡ଼ ମାରିଲେ ଜନୈକ ବ୍ୟକ୍ତି । ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ସୂଚନା ଅନୁସାରେ କୋରାପୁଟ କଂଗ୍ରେସ ପକ୍ଷରୁ ଏକ ମସାଲ ରାଲି ଅନୁଷ୍ଠିତ ହୋଇଥିଲା। ଗୁଣ୍ଡିଚା ମନ୍ଦିରରୁ ବାହାରି କୋରାପୁଟ ବସଷ୍ଟାଣ୍ଡରେ ପୋହଞ୍ଚି ଥିଲା ରାଲିଟି ।
ମାଶଲ୍ ରାଲିରେ କଂଗ୍ରେସ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ସହ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ରାଜ୍ୟ ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି ପ୍ରମୁଖ ଯୋଗ ଦେଇଥିଲେ । ରାଲି ଶେଷ ହେବା ପରେ ଜଣେ ଅଜଣା ବ୍ୟକ୍ତି ତାରା ବାହିନୀପତିଙ୍କୁ ନମସ୍କାର କରିବାକୁ ଆସି ଚାପଡ଼ା ମାରିଥିଲେ । ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପରେ ତାରାଙ୍କ ପିଏସଓ ଏବଂ ଯେଉଁ ବ୍ୟକ୍ତି ମାଡ଼ ଖାଇଥିଲେ ଉଭୟଙ୍କ ପକ୍ଷରୁ ଥାନା ରେ ଏତଲା ଦିଆ ଯାଇଛି। ଏ ନେଇ ତାରାଙ୍କ କୌଣସି ପ୍ରତି କ୍ରୀୟା ମିଳିପାରି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/08/16/31-2025-08-16-11-49-36.jpg)