ପୋରରୁ ମାଲକାନଗିରି ଅଭିମୁଖେ କଂଗ୍ରେସର ପଦଯାତ୍ରା; ପିସିସି ସଭାପତିଙ୍କ ସହ ବରିଷ୍ଠ ନେତା ସାମିଲ

Advertisment

ନାରୀ ନ୍ୟାୟ ଓ ସମ୍ବିଧାନ ବଞ୍ଚାଅ ପାଇଁ ରଣ ହୁଙ୍କାର ଦେଲେ ପିସିସି ସଭାପତି ଭକ୍ତ ଦାସ । ପଦ ଯାତ୍ରା ଆରମ୍ଭ କରି ବିଜେପି ସରକାର ଉପରେ ବର୍ଷିଛନ୍ତି ଭକ୍ତ ଦାସ । 

ନାରୀ ନ୍ୟାୟ ଓ ସମ୍ବିଧାନ ବଞ୍ଚାଅ ପାଇଁ ରଣ ହୁଙ୍କାର ଦେଲେ ପିସିସି ସଭାପତି ଭକ୍ତ ଦାସ । ପଦ ଯାତ୍ରା ଆରମ୍ଭ କରି ବିଜେପି ସରକାର ଉପରେ ବର୍ଷିଛନ୍ତି ଭକ୍ତ ଦାସ । 

35

କନକ ବ୍ୟୁରୋ : ମାଲକାନଗିରିରେ ଦ୍ବିତୀୟ ଦିନରେ କଂଗ୍ରେସ ପଦଯାତ୍ରା । ମୋଟୁରୁ କଂଗ୍ରେସର ଗାନ୍ଧୀ ପଥେ ଓଡିଶା ପଦଯାତ୍ରା ଆରମ୍ଭ ହୋଇଛି । ନାରୀ ନ୍ୟାୟ ଓ ସମ୍ବିଧାନ ବଞ୍ଚାଅ ପାଇଁ ରଣ ହୁଙ୍କାର ଦେଲେ ପିସିସି ସଭାପତି ଭକ୍ତ ଦାସ । ପଦ ଯାତ୍ରା ଆରମ୍ଭ କରି ବିଜେପି ସରକାର ଉପରେ ବର୍ଷିଛନ୍ତି ଭକ୍ତ ଦାସ । 

ଭୋଟ ଚୋରି କରି ଶାସନ ଗାଦି ମାଡି ବସିଥିବା ସରକାରଙ୍କୁ ଉଚିତ ଜବାବ ଦେବା ପାଇଁ ଓ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଏହି ପଦଯାତ୍ରା ଆରମ୍ଭ ହୋଇଛି ବୋଲି କହିଛନ୍ତି ପିସିସି ସଭାପତି । ଏହି ପଦ ଯାତ୍ରା ମୋଟୁର ମୁଗି ପଏଣ୍ଟରୁ ବାହାରି ମୋଟୁ ଖେଳ ପଡ଼ିଆରେ ପହଂଚିଛି । ଏହି ପଦଯାତ୍ରାରେ ବିରୋଧୀ ଦଳ ନେତା ରାମଚନ୍ଦ୍ର କାଡାମ, ପିସିସି ଉପ-ସଭାପତି ସନ୍ତୋଷ ସିଂହ ସାଲୁଜା, ମିଡ଼ିଆ ସେଲ ମୁଖ୍ୟ ଅରବିନ୍ଦ ଦାସ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ପ୍ରମୁଖ ସାମିଲ ହୋଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe