କନକ ବ୍ୟୁରୋ : ମାଲକାନଗିରିରେ ଦ୍ବିତୀୟ ଦିନରେ କଂଗ୍ରେସ ପଦଯାତ୍ରା । ମୋଟୁରୁ କଂଗ୍ରେସର ଗାନ୍ଧୀ ପଥେ ଓଡିଶା ପଦଯାତ୍ରା ଆରମ୍ଭ ହୋଇଛି । ନାରୀ ନ୍ୟାୟ ଓ ସମ୍ବିଧାନ ବଞ୍ଚାଅ ପାଇଁ ରଣ ହୁଙ୍କାର ଦେଲେ ପିସିସି ସଭାପତି ଭକ୍ତ ଦାସ । ପଦ ଯାତ୍ରା ଆରମ୍ଭ କରି ବିଜେପି ସରକାର ଉପରେ ବର୍ଷିଛନ୍ତି ଭକ୍ତ ଦାସ ।
ଭୋଟ ଚୋରି କରି ଶାସନ ଗାଦି ମାଡି ବସିଥିବା ସରକାରଙ୍କୁ ଉଚିତ ଜବାବ ଦେବା ପାଇଁ ଓ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଏହି ପଦଯାତ୍ରା ଆରମ୍ଭ ହୋଇଛି ବୋଲି କହିଛନ୍ତି ପିସିସି ସଭାପତି । ଏହି ପଦ ଯାତ୍ରା ମୋଟୁର ମୁଗି ପଏଣ୍ଟରୁ ବାହାରି ମୋଟୁ ଖେଳ ପଡ଼ିଆରେ ପହଂଚିଛି । ଏହି ପଦଯାତ୍ରାରେ ବିରୋଧୀ ଦଳ ନେତା ରାମଚନ୍ଦ୍ର କାଡାମ, ପିସିସି ଉପ-ସଭାପତି ସନ୍ତୋଷ ସିଂହ ସାଲୁଜା, ମିଡ଼ିଆ ସେଲ ମୁଖ୍ୟ ଅରବିନ୍ଦ ଦାସ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ପ୍ରମୁଖ ସାମିଲ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/03/35-2025-10-03-11-47-04.jpg)