କନକ ବ୍ୟୁରୋ :ହରିୟାଣା ରୋହତକ୍ରେ କଂଗ୍ରେସ ନେତ୍ରୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ । ସୁଟ୍କେଶରୁ ମିଳିଛି ମହିଳା ନେତ୍ରୀ ହିମାନୀ ନରୱାଲଙ୍କ ମୃତଦେହ । ଗତକାଲି ସାମ୍ପଲା ସହରରେ ଏକ ସୁଟ୍କେଶରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ମୃତଦେହ ଉଦ୍ଧାର କରିବା ସହ ଶବବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହା ପରେ ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ଉଦ୍ୟମ କରିଥିଲା ପୋଲିସ । ଶେଷରେ ଜଣାପଡ଼ିଥିଲା କି ମୃତ ମହିଳା ହେଉଛନ୍ତି କଂଗ୍ରେସ ନେତ୍ରୀ ହିମାନୀ ନରୱାଲ।
ହିମାନୀ କଂଗ୍ରେସର ଜଣେ ସକ୍ରିୟ ନେତ୍ରୀ ଥିଲେ । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାରେ ତାଙ୍କୁ ଦେଖିବାକୁ ମିଳିଥିଲା । ହରିୟାଣା ବିଧାନସଭା ନିର୍ବାଚନ ବେଳେ ସେ ଦୀପେନ୍ଦର ହୁଦା ଓ ଭୁପେନ୍ଦର ହୁଦାଙ୍କ ପାଇଁ ରୋହତକରେ ପ୍ରଚାର କରିଥିଲେ । ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ଜଣାପଡ଼ିନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ହତ୍ୟାକାରୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ସହ ଘଟଣାର ଏସ୍ଆଇଟି ତଦନ୍ତ ପାଇଁ ଦାବି କରିଛି କଂଗ୍ରେସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/03/02/Re8ooieiW3WcdqGTCWIw.jpg)