ବିବାଦରେ ଫସିବା ପରେ ୟୁଟର୍ଣ୍ଣ ନେଲେ କଂଗ୍ରେସ ନେତା ; କହିଲେ,ସର୍ଜିକାଲ ଷ୍ଟ୍ରାଇକକୁ ନେଇ ସେ କୌଣସି ପ୍ରମାଣ ମାଗୁନାହାଁନ୍ତି

Advertisment

ବୟାନ ବଦଳାଇଲେ କଂଗ୍ରେସ ନେତା ତଥା ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ । ସମାଲୋଚନା ଘେରରେ ଫସିବା ପରେ ଚନ୍ନି କହିଛନ୍ତି ସେ ସର୍ଜିକାଲ ଷ୍ଟ୍ରାଇକକୁ ନେଇ କୌଣସି ପ୍ରମାଣ ମାଗୁନାହାଁନ୍ତି । ଶତ୍ରୁକୁ ଜବାବ ଦେବାକୁ ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିବେ ବିରୋଧୀ ତାକୁ ସମର୍ଥନ ଦେବେ ।

କଂଗ୍ରେସ ନେତା

କଂଗ୍ରେସ ନେତା Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ : ବୟାନ ବଦଳାଇଲେ କଂଗ୍ରେସ ନେତା ତଥା ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ । ସମାଲୋଚନା ଘେରରେ ଫସିବା ପରେ ଚନ୍ନି କହିଛନ୍ତି ସେ ସର୍ଜିକାଲ ଷ୍ଟ୍ରାଇକକୁ ନେଇ କୌଣସି ପ୍ରମାଣ ମାଗୁନାହାନ୍ତି । ଶତ୍ରୁକୁ ଜବାବ ଦେବାକୁ ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିବେ ବିରୋଧୀ ତାକୁ ସମର୍ଥନ ଦେବେ । ପହଲଗାମ ଆକ୍ରମଣକୁ ୧୦ଦିନ ଟପିଲାଣି କିନ୍ତୁ ଏପର୍ଯ୍ୟନ୍ତ ବି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଧରାଯାଇନାହିଁ । ସେପଟେ ଏହି ଘଟଣାକୁ ନେଇ ତେଜିଛି ରାଜନୀତି । ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସାରା ଦେଶ ଦାବି କରୁଥିବା ବେଳେ ଭାରତ ସରକାରଙ୍କୁ ସମର୍ଥନ କରିଥିଲେ ବିରୋଧୀ । 

୨୦୧୬ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ଚରଣଜିତ ସିଂ ଚନ୍ନି । ଏହି ପ୍ରସଙ୍ଗରେ ବିବାଦୀୟ ବୟାନ ଦେଇ ସର୍ଜିକାଲ ଷ୍ଟ୍ରାଇକ ନେଇ ପୁଣିଥରେ ସରକାରଙ୍କୁ ପ୍ରମାଣ ମାଗିଛନ୍ତି ଚରଣଜିତ ସିଂ ଚନ୍ନି । ଶୁକ୍ରବାର ଦିନ ଚନ୍ନି କହିଛନ୍ତି ଦେଶରେ ବୋମା ପଡ଼ିଲେ କ’ଣ ଜଣାପଡ଼ିବ ନାହିଁ ଏବଂ ସେ ସବୁବେଳେ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରମାଣ ମାଗୁଥିବା କଥା କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe