କନକ ବ୍ୟୁରୋ : ପଦାରେ ପଡ଼ିଲା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ଘର କଳି । ବଡ଼ ଭାଇ ସିଦ୍ଧାର୍ଥ ରାଉତରାୟଙ୍କୁ ଟାର୍ଗେଟ କଲେ ସାନ ଭାଇ ମନ୍ମଥ ରାଉତରାୟ । ସିଦ୍ଧାର୍ଥଙ୍କ ବିରୋଧରେ ବିଷୋଦଗାର କଲେ ମନ୍ମଥ ।
ମନ୍ମଥ କହିଛନ୍ତି, ସୁରଙ୍କ ଘରେ ଜଣେ ବ୍ୟକ୍ତି ନବୀନ ଓ ପାଣ୍ତିଆନକୁ ଗାଳି କରୁଛନ୍ତି । ଦିନେ ସିଏ ଯାଇ ଦୁହିଁଙ୍କୁ ବାରମ୍ବାର ଦେଖା କରୁଥିଲେ । ଦେଖା କଲା ପରେ ବି ସେ ଶେଷରେ ରିଜେକ୍ଟ ହୋଇଥିଲେ । ସୁରଙ୍କୁ ନେଇ ବିଜେପି ନେତାଙ୍କୁ ଦିଲ୍ଲୀରେ ଭେଟିଥିଲେ । ଯଦି ଓଡ଼ିଶାକୁ ଭଲ ପାଉଥିଲେ ତା ହେଲେ ୧୮ ବର୍ଷ କୁଆଡ଼େ ଥିଲେ । ବାପା ମାଆଙ୍କୁ ଛାଡ଼ି ସେଠାରେ କଣ କରୁଥିଲେ । ତାଙ୍କ ପରିବାର ଆମେରିକା ପାସପୋର୍ଟରେ କାହିଁକି ଅଛନ୍ତି । କିଛି ପାଇଲେନି ବୋଲି ନବୀବ ଓ ପାଣ୍ତିଆନଙ୍କୁ ଗାଳି କରୁଛନ୍ତି । ମୋ ଗୁରୁଙ୍କୁ ସେ ଗାଳି ଦେଉଥିବାରୁ ମୁଁ ତାକୁ ସହିପାରୁନି । ସେ ଯାହା କରୁଛନ୍ତି ତାକୁ ପ୍ରମାଣ କରି ଦେଖାନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/01/25/bT263UOh6DbKo2fjlmYB.jpg)