କନକ ବ୍ୟୁରୋ: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା। କହିଛନ୍ତି, ଆଇନ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ କହୁଛନ୍ତି ଦୁର୍ନୀତି ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ନେବେ । ହେଲେ ଏକଥା ବିଶ୍ୱାସ ହେଉନି । ନିର୍ବାଚନ ସମୟରେ ବହୁତ ଜୋରରେ କଥା ଉଠିଲା । ବିଜେଡିର ମୁଖପାତ୍ର ସାଜି କୁଟେ ଓ ଆଶିଷ ସିଂ ପ୍ରଶାସନ ଚଳାଉଛନ୍ତି ଅଫିସର । ଏହାକୁ ପ୍ରସଙ୍ଗ କରି ନିର୍ବାଚନ ମଧ୍ୟ ବିଜେପି ଲଢ଼ିଥିଲା । ହେଲେ କିଛି ଦିନ ତଳେ ଉଭୟଙ୍କୁ ଦିଲ୍ଲୀରେ ଭଲ ଜାଗାରେ ଉଭୟଙ୍କୁ ରଖିଲେ । ବିଜେଡି ବିଜେପି ମଧ୍ୟରେ ପ୍ରକୃତରେ ଅଘୋଷିତ ମେଣ୍ଟ ରହିଛି । ସେମାନେ ଭାଇ ଭାଇ ହୋଇ ରହିଛନ୍ତି । ତେଣୁ ବିଷ୍ଣୁପଦଙ୍କ ବିରୋଧରେ ଏ ସରକାର କୌଣସି କାର୍ୟ୍ୟାନୁଷ୍ଠାନ ନେଇ ପାରିବ ନାହିଁ ’।
ଆହୁରି ମଧ୍ୟ କହିଛନ୍ତି, ’ବିଷ୍ଣୁପଦ ସେଠୀଙ୍କ ଅଭିଯୋଗ ଆସିଛି । ସିବିଆଇ ନୋଟିସ କରିଛି । ହେଲେ କାର୍ୟ୍ୟାନୁଷ୍ଠାନ ହେଲା ପରି ଲାଗୁ ନାହିଁ । ଆଗାମୀ ଦିନରେ ତଦନ୍ତ ଧୀରେ ଧୀରେ ଶିଥିଳ ହୋଇଯିବ । ପୂର୍ବରୁ ବିଜେଡି ପାଇଁ କାମ କରୁଥିବା ଅଫିସଙ୍କୁ ଡବଲ ଇଞ୍ଜିନ ସରକାରର ପ୍ରକୃତରେ ଆନ୍ତରିକତା ନାହିଁ। ବିଜେଡି ବିରୋଧରେ ବିଜେପି ଯାଇପାରିବ ନାହିଁ । ନୂଆ ସରକାରର ୬ ମାସରେ ଭ୍ରଷ୍ଟାଚାର ବଢିଛି । ପ୍ରତି କ୍ଷେତ୍ରରେ ବିଜେଡି ଢାଞ୍ଚାକୁ ବିଜେପି ଅନୁସରଣ କରୁଛି । ପୂର୍ବରୁ ଅନେକ ଥର ଦେଖାଯାଇଛି ଜଣେ ନେତା ସହଜରେ ବଦନାମ ହୋଇ ଯାଆନ୍ତି । ହେଲେ ଅଫିସରମାନେ ଜଣେ ଜଣଙ୍କୁ ସହଯୋଗ କରୁଥିବାରୁ ବଳି ପଡିଯାଆନ୍ତି’।
Follow Us