ଅଳକା ଲାମ୍ବାଙ୍କ ପାଟିରୁ ଖସିଗଲା , ’ଅପରେସନ୍ ସିନ୍ଦୂର’କୁ କହିଦେଲେ ଅପରେସନ୍ ବ୍ଲୁ ଷ୍ଟାର’

ଅଳକା ଲାମ୍ବାଙ୍କ ପାଟିରୁ ଖସିଗଲା , ’ଅପରେସନ୍ ସିନ୍ଦୂର’କୁ କହିଦେଲେ ଅପରେସନ୍ ବ୍ଲୁ ଷ୍ଟାର’ । ’କଂଗ୍ରେସ ଟୋଟାଲି ଲଷ୍ଟ’ ବୋଲି ତାତ୍ସଲ୍ୟ କରିଛନ୍ତି ବିଜେପି ନେତା । 

alaka lamba

alaka lamba Photograph: (KanakNews)

କନକ ବ୍ୟୁରୋ: ଏବେ ସାରା ଦେଶରେ ଚାଲିଛି ଅପରେସନ୍ ସିନ୍ଦୂରକୁ ନେଇ ଚର୍ଚ୍ଚା । ହେଲେ ଏତେ ବଡ ପ୍ରସଙ୍ଗକୁ ନେଇ କଂଗ୍ରେସ ନେତାଙ୍କର ପାଟିରୁ ଭୁଲ ବାହାରିଯାଉଛି କିପରି? ପ୍ରେସ୍ ମିଟରେ ଅପରେସନ୍ ସିନ୍ଦୂର ବଦଳରେ ଅପରେସନ୍ ବ୍ଲୁ ଷ୍ଟାର କହିଦେଲେ କଂଗ୍ରେସ ନେତା ଅଳକା ଲାମ୍ବା । ଏହାକୁ ନେଇ ଏବେ ବିଜେପି ତାଙ୍କୁ କଟାକ୍ଷ ପରେ ତାର ପାଲଟା ଜବାବ ଦେଇଛନ୍ତି ଅଳକା ।

ପ୍ରକୃତରେ, ଅପରେସନ ସିନ୍ଦୂର ଉପରେ ସରକାରଙ୍କୁ ପ୍ରଶ୍ନ ପଚାରିବା ସମୟରେ, ବରିଷ୍ଠ କଂଗ୍ରେସ ନେତା ଅଳକା ଲାମ୍ବା ଏହାକୁ ଭୁଲବଶତଃ ଅପରେସନ ବ୍ଲୁ ଷ୍ଟାର ବୋଲି କହିଥିଲେ । ଏହାପରେ ବିଜେପି ଆକ୍ରମଣାତ୍ମକ ହୋଇଯାଇଛି । ଏବେ ଅଳକା ଏହାର ଜବାବ ଦେଇଛନ୍ତି । ’କଂଗ୍ରେସ ଟୋଟାଲି ଲଷ୍ଟ’ ବୋଲି ତାତ୍ସଲ୍ୟ କରିଛନ୍ତି ବିଜେପି ନେତା । 

ବିଜେପିର କଟାକ୍ଷର ଜବାବ ଦେଇଛନ୍ତି ଅଳକା । କହିଛନ୍ତି ,  'ମୁଁ ମୋର ସାମ୍ବାଦିକ ସମ୍ମିଳନୀରେ ଯେଉଁ ପ୍ରସଙ୍ଗଗୁଡ଼ିକ ଉଠାଇଥିଲି ତାହା ଏତେ ଗମ୍ଭୀର ଥିଲା ଯେ ଖରାପ କଥା କହୁଥିବା ବିଜେପିର ନେତାମାନେ କେବଳ ମୋର କଥା ଧ୍ୟାନ ଦେଇ ଶୁଣି ନଥିଲେ ବରଂ ପ୍ରତ୍ୟେକ ଶବ୍ଦକୁ ଲେଖି ରଖିଥିଲେ। ଏଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ଯଦି ମୋ ମୁହଁରୁ ଅପରେସନ ସିନ୍ଦୂର ବ୍ୟତୀତ ଅନ୍ୟ କିଛି ବାହାରି ଆସିଥିଲା , ତେବେ ବିଜେପି ତାହାକୁ ଏକ ପ୍ରସଙ୍ଗ କରୁଛି । ସେମାନେ ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଏହା କରୁଛନ୍ତି କିନ୍ତୁ ଜନସାଧାରଣ ଜାଣନ୍ତି ପ୍ରକୃତ ପ୍ରଶ୍ନ କ'ଣ।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe