କନକ ବ୍ୟୁରୋ: ରାଜ୍ୟରେ ବିଜୁଳି ବିଭ୍ରାଟ ଓ ଶୋଷଣକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ରାଜ୍ୟରେ ପ୍ରତିଦିନ କିଛି ସମୟ ପାଇଁ ଲାଇନ କଟୁଛି । ତିରିଶ ଦିନରୁ ଗୋଟିଏ ଦିନ ବିଜୁଳି କଟୁଛି । ଏହି ଅଘୋଷିତ ବିଜୁଳି କାଟ ଯୋଗୁ ଉପଭୋକ୍ତାଙ୍କୁ ଜରିମାନାର ବ୍ୟବସ୍ଥା ଅଛି । ଏହି ଜରିମାନା ବିତରକ କମ୍ପାନି ଦେବ । ଓଡିଶା ବିଜୁଳି ବଳକା ରାଜ୍ୟ ବୋଲି କୁହାଯାଉଛି । ଆମ କୋଇଲା, ଆମ ପାଣି ବ୍ୟବହାର କରି ବିଜୁଳି ଉତ୍ପାଦନ ହେଉଛି । ୮୨ ପ୍ରତିଶତ କୋଇଲା, ୧୧ ପ୍ରତିଶତ ଜଳ ବିଦ୍ୟୁତ, ୪ ପ୍ରତିଶତ ସୋଲାର ଓ ୩ ପ୍ରତିଶତ ପବନ ସହ ଅନ୍ୟାନ୍ୟ ବାଟରୁ ବିଜୁଳି ଉତ୍ପାଦନ ହେଉଛି । ବିଜୁଳି ଉତ୍ପାଦନ କାପାସିଟି ୯ ହଜାର ମେଗାୱାଟରେ ପହଂଚିଲାଣି । ୫୫୦୦ ମେଗାୱାଟ ବିଜୁଳି ଉତ୍ପାଦନ କ୍ଷମତା ଅଛି । ସବୁ ସତ୍ତ୍ୱେ ଉତ୍ପାଦନ ଖର୍ଚ୍ଚ ୟୁନିଟ ୨.୭୦ ପଇସା ବିଜୁଳି କିଣାଯାଏ । କିନ୍ତୁ ଉପଭୋକ୍ତାଙ୍କୁ ବିକ୍ରି ହେଉଛି ୭ ଟଙ୍କା ୪୦ ପଇସାରେ । ଯାହାକୁ ନେଇ ବର୍ଷିଛି କଂଗ୍ରେସ ।
ଉପଭୋକ୍ତାଙ୍କ ଉପରେ ମିନିମମ ଏନର୍ଜି ଚାର୍ଜ ପଡୁଛି । ୨ କିଲୋୱାଟ ପର୍ଯ୍ୟନ୍ତ ଛାଡ଼ କରି ମାତ୍ର ୩୬ ଲକ୍ଷ ଏଭଳି ଗ୍ରାହକଙ୍କୁ ରିହାତି ମିଳୁଛି । କିନ୍ତୁ ୩ କିଲୋୱାଟ ଉପରକୁ ଯେଉଁମାନେ ନେଉଛନ୍ତି ସେମାନଙ୍କୁ ୧୦୦ ଟଙ୍କା ପର୍ଯ୍ୟନ୍ତ ନିଆଯାଉଛି । ସରକାରଙ୍କ ନଜରରେ ଏହି ଶୋଷଣ ହେଉଛି । ସ୍ମାର୍ଟ ମିଟର କଣ ପାଇଁ ବୋଲି ପ୍ରଶ୍ନ କଲା କଂଗ୍ରେସ । ଗ୍ରାହକଙ୍କ ଏଥିରେ କିଛି ସୁବିଧା ହେବାର ନାହିଁ । ଏହାକୁ ବିରୋଧ କରାଯିବା ପରେ ଏଥିରେ ଏକ ଚକ୍ରାନ୍ତ କରାଯାଇଛି । ସ୍ମାର୍ଟ ମିଟର କାହିଁକି ବସିବ । ଏହି ସ୍ମାର୍ଟ ମିଟରର ଅର୍ଥ ବିତରକ କମ୍ପାନି ଦେଉ । ରାଜ୍ୟ ସରକାର ସବୁ ଜାଣିକି ବି ନିର ବ। ସଲାସୁତୁରାରେ ଚାଲିଛି ଶୋଷଣ । ଗାଁ ଗହଳିରେ ପାଣି ଦେବା ପାଇଁ ଟ୍ୟାପ ବସିଛି । କିନ୍ତୁ ବିଜୁଳି ଅର୍ଥ ଲୋକଙ୍କ ଠାରୁ ନିଆଯାଉଛି । ଅନ୍ୟ ରାଜ୍ୟରେ ଏହି ଅର୍ଥ ସରକାର ଦେଉଛନ୍ତି । କିନ୍ତୁ ଏଠି ସରକାର ଦେଉ ନାହାନ୍ତି । ସମସ୍ତ ପଂଚାୟତକୁ ପାଣି, ରାସ୍ତାର ଲାଇଟ ସବୁର ଅର୍ଥ ସରକାର ଦିଅନ୍ତୁ । ରିଭଲଭିଂ ଫଣ୍ଡ ଦେଇ ସରକାର ଅର୍ଥର ବ୍ୟବସ୍ଥା କରିବାକୁ ଦାବି । ଅନ୍ୟ ରାଜ୍ୟ ମାନଙ୍କରେ ଯେଉଁ ବ୍ୟକ୍ତି ଲାଇନ ନେଲେ ସରକାର ୫୦ ପ୍ରତିଶତ ଅର୍ଥ ଦେଉଛନ୍ତି । କିନ୍ତୁ ଏଠି ଲୋକଙ୍କୁ ବୋକା ବନାଇ ଅର୍ଥ ନିଆଯାଉଛି । ପ୍ରତିଦିନ ଏଭଳି ହେଉଛି ସରକାର କଣ ଜାଣିପାରୁ ନାହାନ୍ତି କି ବୋଲି ପ୍ରଶ୍ନ କଲା କଂଗ୍ରେସ । ଅର୍ଥ ପୈଠ ନ କଲେ ସ୍କୁଲ ଗୁଡିକର ଲାଇନ କଟିଯାଉଛି । ସ୍କୁଲ , ଅଙ୍ଗନବାଡିକୁ କମରସିଆଲ ଦରରେ ବିଜୁଳି ଦିଆଯାଉଛି । ସରକାର ଏଠି ବନ୍ଧା ପଡିଛନ୍ତି। କମ ଦରରେ ବିଜୁଳି କିଣାଯାଇ ବହୁ ଅର୍ଥରେ ବିକ୍ରି କରାଯାଉଛି।
ବିଜୁଳି ବିଭ୍ରାଟକୁ ନେଇ କଂଗ୍ରେସର ଚାରୋଟି ଦାବି...
୧. ଅଘୋଷିତ ବିଜୁଳି କଟିବା ମାନେ ପାଉଣା ଦେବ ବିତରକ କମ୍ପାନି
୨.ସ୍ମାର୍ଟ ମିଟର ବସାଇବାର ଅର୍ଥ ମଧ୍ୟ ବିତରକ କମ୍ପାନି ବହନ କରିବ
୩.ଫିକ୍ସଡ ରେଟ୍ ବଦଳରେ କିଲୋ ୱାଟ ପିଛା ନିଆଯାଉଥିବା ମିନିମମ ଇକେକ୍ଟ୍ରି ଚାର୍ଜ ବନ୍ଦ ହେବା ଦରକାର
4.ଇକେକ୍ଟ୍ରି ଲସ୍ କମିବାରୁ ବିଜୁଳି ଟାରିଫ କମାଯାଉ
ଏସବୁ ଦାବି ପୂରଣ ନ ହେଲେ ଜନ ସାଧାରଣଙ୍କ ଦ୍ୱାରା ଆନ୍ଦୋଳନ ହେବ । କଂଗ୍ରେସ ଲୋକଙ୍କ ସାଥିରେ ରହିବ । ଲୋକଙ୍କୁ ସାଥିରେ ନେଇ କଂଗ୍ରେସ ଆନ୍ଦୋଳନ କରିବ ବୋଲି ଚେତାଇ ଦେଲେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।