Congress in delhi Photograph: (kanakNews)
କନକ ବ୍ୟୁରୋ: ଦିଲ୍ଲୀ ଭୋଟ ଗଣତି ଓ ଫଳଫଳ ଉପରେ ସାରା ଦେଶର ନଜର। କାରଣ ଏ ଆସନ ଉପରେ କିଏ ବସିବ ତାହା ସବୁଠୁ ଗୁରୁତ୍ବପୂର୍ଣ୍ଣ। ଯେଉଁଭଳିଭାବେ ବିଗତ ଦିନରୁ ବିଜେପି ଓ ଆପ୍ ଦଳ ଟକରାଟକରି ହେଉଥିଲେ ଏହାମଧ୍ୟରେ ଦିଲ୍ଲୀର ଶାସନକୁ ନେଇ ସମସ୍ତଙ୍କ ନଜର।
ହେଲେ ଅନ୍ୟପଟେ ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦିଲ୍ଲୀରେ କଂଗ୍ରେସ ପୁରା ଆଶାଶୂନ୍ୟ। କାରଣ ଏବେଯାଏଁ ମିଳିଥିବା ଟ୍ରେଣ୍ଡିଂ ଅନୁସାରେ ଏଯାଏଁ କଂଗ୍ରେସ ମାତ୍ର ଗୋଟିଏ ଆସନ ହାତେଇପାରିଛି । ଦିଲ୍ଲୀର ଏକମାତ୍ର ଆସନ ବାଦଲିରେ ଜିତାପଟ ମାରିଛନ୍ତି କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଯାଦବ। ଏବେ ତାଙ୍କୁ ନେଇ ଖୁବ୍ ଚର୍ଚ୍ଚା।
ତେବେ ଏସବୁ ଭିତରେ ସବୁଠୁ ବଡ ପ୍ରଶ୍ନ ହେଉଛି ଯଦି ଦିଲ୍ଲୀରେ ବିଜେପି ସରକାର ଗଢେ ବିରୋଧୀ ଆସନରେ ବସିବ କିଏ? ଜାତୀୟ ରାଜନୀତିରେ ବିଜେପିର ବିରୋଧୀ ଭାବେ କଂଗ୍ରେସ ଥିବାବେଳେ ଏବେ କିନ୍ତୁ କ୍ରମାଗତ ଭାବେ ପଛରେ ପଡିଛି। ନିଜର ସ୍ଥିତି ସୁଧାରିପାରୁନି। ଗତ ସାଧାରଣ ନିର୍ବାଚନ ସହ ଦିଲ୍ଲୀର ଚିତ୍ର ଏହାର ପ୍ରମାଣ।
Follow Us