Odisha congress Photograph: (KanakNews)
କନକ ବ୍ୟୁରୋ: ଆଜି ବିଧାନସଭା ଘେରିବ କଂଗ୍ରେସ । ସାରା ରାଜ୍ୟରୁ ସାମିଲ ହେବେ ହଜାର ହଜାର କର୍ମୀ । ଏହା ପୂର୍ବରୁ ଆନ୍ଦୋଳନ ପାଇଁ ରାଜଧାନୀ ଆସୁଥିବା କଂଗ୍ରେସ ନେତା ଓ କର୍ମୀଙ୍କୁ ପୋଲିସ ଅଟକ ରଖୁଥିବା ଅଭିଯୋଗ କରିଛି କଂଗ୍ରେସ ।
ସୋନପୁର-ବଲାଙ୍ଗୀର ମଝିରେ ଥିବା ଟୋଲଗେଟରେ ଅନେକ କଂଗ୍ରେସ କର୍ମୀଙ୍କୁ ଅଟକାଇଛି ପୋଲିସ । ଝାରସୁଗୁଡ଼ାରେ ମଧ୍ୟ ଜିଲ୍ଲା କଂଗ୍ରେସ ଯୁବ ସଭାପତି ଶାହରୁକ୍ ଖାଁ, ଟାଉନ ସଭାପତି ଦେବାନନ୍ଦ ବାରିକ ଓ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ । ଆଜି ରାମ ମନ୍ଦିର ସାମ୍ନାରୁ ପଦଯାତ୍ରାରେ ବାହାରି ବିଧାନସଭା ପର୍ଯ୍ୟନ୍ତ ଯିବ କଂଗ୍ରେସର ପ୍ରତିବାଦ ରାଲି । ଏହି ଆନ୍ଦୋଳନର ନେତୃତ୍ବ ନେବେ ମହିଳା । ନାରୀ ନିର୍ଯାତନା ପ୍ରସଙ୍ଗ ସହିତ ବିଧାନସଭା ଭିତରେ କଂଗ୍ରେସ ବିଧାୟକଙ୍କୁ ଯେଉଁଭଳି ଅସମ୍ମାନ କରାଯାଇଛି ତାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିବ ଦଳ।
ଗତକାଲି ଲୋୟର ପିଏମଜି ଠାରୁ ଆରମ୍ଭ କରି ବିଧାନସଭା ସାମ୍ନା ଯାଏଁ ଦେଖିବାକୁ ମିଳିଥିଲା କଂଗ୍ରେସ ନେତାଙ୍କର ପ୍ରତିବାଦ ଓ ରାଲି । କଂଗ୍ରେସ ଦଳ ସହ ଯୋଗ ଦେଇଥିଲା ବିଜେଡି। ଦୁଇ ଦଳର ନେତା ଓ ବିଧାୟକ ମିଶି ବିଧାନସଭା ଭିତରକୁ ଧସେଇ ପଶିବା ସହ ସାମ୍ନାରେ ଧାରଣାରେ ବସିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ବିଧାୟକଙ୍କୁ ପୋଲିସ ଉଠାଇନେଇଥିଲା।
Follow Us