କନକ ବ୍ୟୁରୋ : ମହାରାଷ୍ଟ୍ର ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି । ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ବାକ୍‌ ଯୁଦ୍ଧ ଓ ନାରାବାଜୀ । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ 'ବଣ୍ଟେଙ୍ଗେ ତୋ କଟେଙ୍ଗେ'ର ସ୍ଲୋଗାନ ପରେ ପ୍ରଧାନମନ୍ତ୍ରୀ ମୋଦି ଏକ ହୈ ତୋ ସେଫ୍‌ ହୈ ସ୍ଲୋଗାନ ଦେଇଛନ୍ତି । ମହାରାଷ୍ଟ୍ରର ଖବରକାଗଜରେ ଏହି ସ୍ଲୋଗାନ ସହ ଜଡିତ ଏକ ବିଜ୍ଞାପନ ମଧ୍ୟ ସୋମବାର ବିଜେପି ପ୍ରକାଶ କରିଛି ।

Advertisment

ଏହାକୁ ନେଇ ରାଜନୀତି ଜୋର୍‌ ଧରିଛି । ବିଡରେ ଆୟୋଜିତ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସ୍ଲୋଗାନ ଦେଇଥିଲେ । ଏହି ସ୍ଲୋଗନ୍‌ ଜରିଆରେ ବିଜେପି ତା'ର ବିଧାନସଭା ନିର୍ବାଚନ ପ୍ରଚାରକୁ ବୃଦ୍ଧି କରିଛି । ତେବେ ବିଜେପିର ଏହି ସ୍ଲୋଗାନ୍‌କୁ କଂଗ୍ରେସ ସମେତ ଅନ୍ୟ ଦଳଗୁଡ଼ିକ କଡ଼ା ସମାଲୋଚନା କରିଛନ୍ତି ।