ଆସାମରେ ନେହରୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା: ଏତଲା ରୁଜୁ କଲା କଂଗ୍ରେସ

Advertisment

ଫେବ୍ରୁଆରି ୨୩ରେ କେତେକ ଅଜ୍ଞାତ ଲୋକ ଜେସିବି ଲଗାଇ ଏହି ପ୍ରତିମୂର୍ତ୍ତିକୁ ଗଡ଼େଇ ପକାଇବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସ୍ଥାନୀୟ କଂଗ୍ରେସ କର୍ମୀ ଏହାକୁ ରାଜନୀତି ଦ୍ବାରା ପ୍ରେରିତ ଘଟଣା ବୋଲି କହିଛନ୍ତି। ଏହି ପ୍ରସଙ୍ଗରେ ବିଜେପିର ନିରବତାକୁ ନେଇ ମଧ୍ୟ କଂଗ୍ରେସ ପ୍ରଶ୍ନ ଉଠାଇଛି । 

ଫେବ୍ରୁଆରି ୨୩ରେ କେତେକ ଅଜ୍ଞାତ ଲୋକ ଜେସିବି ଲଗାଇ ଏହି ପ୍ରତିମୂର୍ତ୍ତିକୁ ଗଡ଼େଇ ପକାଇବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସ୍ଥାନୀୟ କଂଗ୍ରେସ କର୍ମୀ ଏହାକୁ ରାଜନୀତି ଦ୍ବାରା ପ୍ରେରିତ ଘଟଣା ବୋଲି କହିଛନ୍ତି। ଏହି ପ୍ରସଙ୍ଗରେ ବିଜେପିର ନିରବତାକୁ ନେଇ ମଧ୍ୟ କଂଗ୍ରେସ ପ୍ରଶ୍ନ ଉଠାଇଛି । 

Nehru's statue

Photograph: (kanak news)

କନକ ବ୍ୟୁରୋ : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କର ଏକ ୧୦ ଫୁଟ୍‌ ଉଚ୍ଚର ପ୍ରତିମୂର୍ତ୍ତିକୁ ଆସାମର କଛାର ଜିଲ୍ଲାରେ ଭାଙ୍ଗିବା ଘଟଣାକୁ ନେଇ କଂଗ୍ରେସ ଏତଲା ରୁଜୁ କରିଛି । ଫେବ୍ରୁଆରି ୨୩ରେ କେତେକ ଅଜ୍ଞାତ ଲୋକ ଜେସିବି ଲଗାଇ ଏହି ପ୍ରତିମୂର୍ତ୍ତିକୁ ଗଡ଼େଇ ପକାଇବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସ୍ଥାନୀୟ କଂଗ୍ରେସ କର୍ମୀ ଏହାକୁ ରାଜନୀତି ଦ୍ବାରା ପ୍ରେରିତ ଘଟଣା ବୋଲି କହିଛନ୍ତି। ଏହି ପ୍ରସଙ୍ଗରେ ବିଜେପିର ନିରବତାକୁ ନେଇ ମଧ୍ୟ କଂଗ୍ରେସ ପ୍ରଶ୍ନ ଉଠାଇଛି । 

କଂଗ୍ରେସ ନେତା ପ୍ରଦୀପ କୁମାର ଦେ କହିଛନ୍ତି, ପ୍ରାତଃ ଭ୍ରମଣରେ ଯାଉଥିବା ଲୋକ ମଙ୍ଗଳବାର ନେହରୁଙ୍କ ପ୍ରତିମୂର୍ତ୍ତି ପଡ଼ିଯାଇଥିବା ଦେଖିଥିଲେ । ପୁଲିସକୁ ତୁରନ୍ତ ଖବର ଦେଇଥିଲୁ , ପୁଲିସ କହିଥିଲା ଏହା ଆପେ ଆପେ ପଡ଼ି ଯାଇଥିବ । କିନ୍ତୁ ସିସିଟିଭି ଫୁଟେଜରୁ ପ୍ରତିମୂର୍ତ୍ତି କେତେକ ଲୋକ ଜେସିବି ଲଗାଇ ଗଡ଼ାଇ ପକାଉଥିବାର ଦେଖିବାକୁ ମିଳିଛି। ଦେ କହିଥିଲେ, ୧୯୬୫ ମସିହାରେ ପ୍ରତିଷ୍ଠା ହୋଇଥିବା ନେହରୁ କଲେଜ ସମ୍ମୁଖରେ ୨୦୦୦ ମସିହାରେ ଏହି ପ୍ରତିମୂର୍ତ୍ତି ଲଗାଯାଇଥିଲା। ପୂର୍ବତନ ଜିଲ୍ଲା କଂଗ୍ରେସ ମୁଖ୍ୟ ଅଭିଜିତ ପଲ୍‌ ଏହାକୁ ବାଂଲାଦେଶରେ ଏହାର ପ୍ରତିଷ୍ଠାତା ଶେଖ ମୁଜିବର ରେହମାନଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଓ ତାଙ୍କ ଝିଅ ଶେଖ୍‌ ହସିନାଙ୍କ କ୍ଷମତାରୁ ବିତାଡ଼ିତ କରିବା ପରି ଘଟଣା ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ---ହେମନ୍ତ ସୋରେନଙ୍କୁ ବଡ଼ ଆଶ୍ଵସ୍ତି ଦେଲେ ସୁପ୍ରିମ କୋର୍ଟ, ଇଡିର ମନି ଲଣ୍ଡରିଂ ମାମଲା ଉପରେ ସ୍ଥଗିତାଦେଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe