କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ଦିଲ୍ଲୀବାସୀଙ୍କୁ ୫ ଗ୍ୟାରେଣ୍ଟି : ସରକାରକୁ ଆସିଲେ ପୂରଣ ହେବ ପ୍ରତିଶ୍ରୃତି

Advertisment

ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ, ଭୋଟରଙ୍କୁ ଆକୃଷ୍ଟ କରିବାକୁ ୩ପ୍ରମୁଖ ରାଜନୈତିକ ଦଳର କସରତ। ଆମ୍ ଆଦମୀ ପାର୍ଟି, ବିଜେପି ପରେ ବୁଧବାର କଂଗ୍ରେସ ପକ୍ଷରୁ ଇସ୍ତାହାର ପତ୍ର ଜାରି କରାଯାଇଛି।

ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ, ଭୋଟରଙ୍କୁ ଆକୃଷ୍ଟ କରିବାକୁ ୩ପ୍ରମୁଖ ରାଜନୈତିକ ଦଳର କସରତ। ଆମ୍ ଆଦମୀ ପାର୍ଟି, ବିଜେପି ପରେ ବୁଧବାର କଂଗ୍ରେସ ପକ୍ଷରୁ ଇସ୍ତାହାର ପତ୍ର ଜାରି କରାଯାଇଛି।

CAPITAL

CAPITAL Photograph: (KanakNews )

କନକବ୍ୟୁରୋ : ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ, ଭୋଟରଙ୍କୁ ଆକୃଷ୍ଟ କରିବାକୁ ୩ପ୍ରମୁଖ ରାଜନୈତିକ ଦଳର କସରତ। ଆମ୍ ଆଦମୀ ପାର୍ଟି, ବିଜେପି ପରେ ବୁଧବାର କଂଗ୍ରେସ ପକ୍ଷରୁ ଇସ୍ତାହାର ପତ୍ର ଜାରି କରାଯାଇଛି  ।  ଏହି ଘୋଷଣାପତ୍ରରେ ଦିଲ୍ଲୀ ବାସିନ୍ଦା ବିକାଶର ୫ ଗ୍ୟାରେଣ୍ଟି ଦେଇ କଂଗ୍ରେସ। ମହିଳା ଏବଂ ଯୁବକମାନଙ୍କ ପାଇଁ ପ୍ରତିଶ୍ରୁତି ବର୍ଷା କରିଛି ଦଳ।

କଂଗ୍ରେସର ୫ଗ୍ୟାରେଣ୍ଟି
1.    ପ୍ରତ୍ୟେକ ଗରିବ ପରିବାରର ମହିଳାଙ୍କୁ ମାସିକ ୨୫୦୦ ଟଙ୍କା
2.    ସମସ୍ତ ନାଗରିକଙ୍କୁ ୨୫ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା
3.    ବେକାରୀ ଯୁବକଙ୍କୁ ଘରୋଇ କ୍ଷେତ୍ରରେ ଏକ ବର୍ଷର ଆପ୍ରେଣ୍ଟିସିପ୍
4.    ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ସହ ମାଗଣାରେ ରାସନ କିଟ୍
5.    ସମସ୍ତ ପରିବାରକୁ ୩୦୦ୟୁନିଟ ଯାଏ ମାଗଣା ବିଜୁଳି ଯୋଗାଣ 

ଆରୋପ ପ୍ରତ୍ୟାରୋପ କମ୍, ବିକାଶର ସୁନେଲି ସ୍ବପ୍ନ ଏଥର ଦିଲ୍ଳୀ ବିଧାନସଭା ନିର୍ବାଚନରେ ପ୍ରମୁଖ ମୁଦ୍ଦା ପାଲଟିଛି। ନିଜ ସପକ୍ଷରେ ଭୋଟ ଟାଣିବାକୁ ଲୋଭନୀୟ ପ୍ରତିଶ୍ରୁତିକୁ ଅସ୍ତ୍ର କରିଛନ୍ତି ବିଜେପି, ଆପ୍ ଓ କଂଗ୍ରେସ । ସମସ୍ତଙ୍କ ଲକ୍ଷ ରହିଛି ମହିଳା, ଯୁବକ ଓ ବୟସ୍କଙ୍କୁ ନିଜ ସପକ୍ଷରେ ନେଇ ଭୋଟ ହାତେଇବା ।


ନିର୍ବାଚନରେ ଏହି ସବୁ ଲୋଭନୀୟ ପ୍ରତିଶ୍ରୁତି ପାଲଟିବ କି ଟ୍ରମ୍ପକାର୍ଡ ? କେଉଁ ଆଡ଼କୁ ଢଳିବେ ଦିଲ୍ଲୀ ଭୋଟର ? ୫ଫେବ୍ରଆରୀର ଭୋଟିଂ ଓ ୮ରେ ଆସିବାକୁ ଥିବା ଫଳାଫଳ ଉପରେ ରହିଛି ସଭିଙ୍କ ନଜର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe