କନକ ବ୍ୟୁରୋ: ଦଳୀୟ ସାସଂଦମାନେ ବିଧାନସଭ ନିର୍ବାଚନ ଲଢିପାରିବେ ନାହିଁ ନିଷ୍ପତ୍ତି ପରେ କଂଗ୍ରେସରେ   ଅସନ୍ତୋଷ ଦେଖାଦେଇଛି । ଏହା ବିଧାନସଭା ନିର୍ବାଚନରେ ଦଳୀୟ ପ୍ରଦର୍ଶନ ଉପରେ ପ୍ରଭାବ ପକାଇପାରେ ।

  • ଶୈଳଜା କୁମାରୀ – ସିର୍ସାର କଂଗ୍ରେସ ସାଂସଦ
  • ହରିୟାଣା ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି

ଶୈଳଜା କୁମାରୀ ହରିୟାଣାର କଂଗ୍ରେସର ବରିଷ୍ଠ ନେତ୍ରୀ ଓ ଦଳିତ ସମାଜକୁ ପ୍ରତିନିଧିତ୍ବ କରନ୍ତି । ଗାନ୍ଧୀ ପରିବାରର ଅନୁଗତ ଓ ହରିୟାଣା ବିରୋଧୀ ଦଳ ନେତା ଭୁପିନ୍ଦର ହୁଡ୍ଡାଙ୍କ ବିରୋଧୀ ଭାବେ ଜଣାଶୁଣା । ଏଥର ବିଧାନସଭା ନିର୍ବାଚନରେ ଲଢିବାକୁ ଶୈଳଜା ଖୋଲାଖୋଲି ଆଗ୍ରହ ଦେଖାଇଛନ୍ତି । ମାତ୍ର ସାଂସଦମାନେ ବିଧାନସଭା ନିର୍ବାଚନ ନ ଲଢିବାକୁ କେନ୍ଦ୍ରୀୟ କଂଗ୍ରେସର ନିଷ୍ପତ୍ତି ଶୈଳଜାଙ୍କ ଆଗ୍ରହ ଉପରେ ପାଣି ପକାଇଛି । 

ସେହିଭଳି ଜଣେ ଦଳୀୟ ସାଂସଦ ହେଲେ ରଣଦୀପ ସିଂ ସୁର୍ଜେୱାଲା । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅତି ଘନିଷ୍ଠ । ରଣଦୀପ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ କର୍ଣ୍ଣାଟକ ଦାୟିତ୍ବରେ ଅଛନ୍ତି । ହରିୟାଣା କଂଗ୍ରେସରେ ଶୈଳଜାଙ୍କ ଭଳି ରଣଦୀପ ମଧ୍ୟ ଭୁପିନ୍ଦରଙ୍କ ବିରୋଧୀ ଭାବେ ଜଣା । 
ଶୈଳଜା ଓ ରଣଦୀପ ଉଓଭୟ ରାଜ୍ୟ ରାଜନୀତିକୁ ଫେରିବାର ମୁଖ୍ୟକାରଣ ମଧ୍ୟ ବିଧାନସଭା ନିର୍ବାଚନ । ଲୋକସଭା ନିର୍ବାଚନରେ କଂଗ୍ରେସ ରାଜ୍ୟରେ ଫଲ ସଫଳତା ପାଇଛି । ୧୦ ବର୍ଷ ଧରି ଭାରତୀୟ ଜନତା ପାର୍ଟିର ରାଜ୍ୟ ସରକାରଙ୍କୁ ନେଇ ଜନ ଅସନ୍ତୋଷ ରହିଛି । ଏଥିରୁ ଫାଇଦା ଉଠାଇ କଂଗ୍ରେସ ରାଜ୍ୟରେ କ୍ଷମତାକୁ ଫେରିବାରୁ ଆଶା କରୁଛି । ଆଉ ବିଧାନସଭା ନିର୍ବାଚନରେ ଲଢି ଉଭୟ ଶୈଳଜା ଓ ରଣଦୀପ ନିଜ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ବ ଦୌଡରେ ସାମିଲ କରିବାକୁ ଚାହୁଁଛନ୍ତି ।