ନିଲମ୍ବନ ପରେ କଂଗ୍ରେସର ନିଷ୍ପତ୍ତି । ଆସନ୍ତାକାଲି ପାଇଁ ବିଧାନସଭା ବୟକଟ୍ କଲା ଦଳ

ଏହି ହଟ୍ଟଗୋଳରେ ପ୍ରାୟ ୩ ପ୍ରମୁଖ ଦଳର ବିଧାୟକ ସାମିଲ ଥିଲେ । ହେଲେ ବାଚସ୍ପତି ଯେଭଳି ଭାବେ କେବଳ କଂଗ୍ରେସ ବିଧାୟକଙ୍କୁ ଗୃହରୁ ନିଲମ୍ବିତ କଲେ ତାହା ପକ୍ଷପାତିତାକୁ ପ୍ରମାଣ କରୁଛି । ଏଭଳି ଅଭିଯୋଗ ଆଣି ଦଳ ଆସନ୍ତା କାଲି ବିଧାନସଭା ବୟକଟ୍ କରିବାକୁ ନିଷ୍ପତ୍ତି ନେଇଛି । ଏହା ସହ ଧାରଣା ଦେଇଥିବା ତାରା ବାହିନୀପତି ଓ ଦଳର ଅନ୍ୟ ବିଧାୟକମାନେ ଧାରଣାରୁ ଓହୁରି ଯାଇଛନ୍ତି ।

afafasda

କନକ ବ୍ୟୁରୋ : ବିଧାନସଭା ଭଳି ଏକ ପବିତ୍ର ଗୃହରେ ଆଜି ଲୋକପ୍ରତିନିଧୀମାନେ ଯେଭଳି ଆଚରଣ କଲେ ତାହା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ । ଏହି ହଟ୍ଟଗୋଳରେ ପ୍ରାୟ ୩ ପ୍ରମୁଖ ଦଳର ବିଧାୟକ ସାମିଲ ଥିଲେ । ହେଲେ ବାଚସ୍ପତି ଯେଭଳି ଭାବେ କେବଳ କଂଗ୍ରେସ ବିଧାୟକଙ୍କୁ ଗୃହରୁ ନିଲମ୍ବିତ କଲେ ତାହା ପକ୍ଷପାତିତାକୁ ପ୍ରମାଣ କରୁଛି । ଏଭଳି ଅଭିଯୋଗ ଆଣି ଦଳ ଆସନ୍ତା କାଲି ବିଧାନସଭା ବୟକଟ୍ କରିବାକୁ ନିଷ୍ପତ୍ତି ନେଇଛି । ଏହା ସହ ଧାରଣା ଦେଇଥିବା ତାରା ବାହିନୀପତି ଓ ଦଳର ଅନ୍ୟ ବିଧାୟକମାନେ ଧାରଣାରୁ ଓହୁରି ଯାଇଛନ୍ତି । ସେମାନେ ତାରାଙ୍କ ନିଲମ୍ବନ ଆଦେଶକୁ ବିରୋଧ କରି ଧାରଣା ଦେଇଥିଲେ । ଏନେଇ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି କି, କଂଗ୍ରେସ ବିଧାୟକ ଦଳ ବୈଠକ ଆସନ୍ତା କାଲି ବସିବ । ତେଣୁ ବିଧାନସଭାରେ ଆସନ୍ତା କାଲି କୌଣସି ଆଲୋଚନାରେ କଂଗ୍ରେସ ଭାଗନେବ ନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe